ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଖଣ୍ଡପଡାରୋଡସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ” ଶିଶୁ ହସିଲେ ଦୁନିଆ ହସେ ” କାର୍ଯ୍ୟକ୍ରମ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସର୍ବପ୍ରଥମେ ଆଜି ଦିବସର ମାହାତ୍ମ୍ଯ ଓ କାହିଁକି ଆମେ ଶିଶୁ ଦିବସ ପାଳନ କରୁଛୁ ସହିତ ଶିଶୁଟିଏ ହସିଲେ ଦୁନିଆ ହସେ ବୋଲି ସଂପାଦକ ଶ୍ରୀଯୁକ୍ତ ସାହୁ ଉଦବୋଧନ ଦେଇଥିଲେ। ତାପରେ ଛାତ୍ରଛାତ୍ରୀ ମାନେ ଶିଶୁ ଦିବସ ବିଷୟରେ ଭାଷଣ ପରଷିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ୫୦୦ ଶିଶୁ ସମବେତ ହୋଇଥିଲା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଶରେ ବେଶ ହୋଇ କୌତୁକିଆ ପୋଷାକ ଓ ଏକକ ଅଭିନୟ ଆଦି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କର ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମ ଟି ସରସସୁନ୍ଦର ହୋଇ ପାରିଥିଲା।

