ଇନର ହୁଇଲ କ୍ଲବ ଜିଲ୍ଲା ଅଧ୍ୟକ୍ଷାଙ୍କ ନୟାଗଡ଼ ପରିଦର୍ଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଇନର ହୁଇଲ କ୍ଲବ ଓଡ଼ିଶା ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ଟି ଚିରଞ୍ଜିବୀ ନୟାଗଡ଼ ରୋଟାରୀ କ୍ଲବ ପରିସରରେ ଏକ କାର୍ଯ୍ୟକ୍ରମ ରେ ଯୋଗଦେଇ କ୍ଲବର ସମସ୍ତ କାଗଜ ପତ୍ର ତଦାରଖ କରିବା ସହିତ କ୍ଲବ କାମରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ କ୍ଲବର ସମସ୍ତ ସଦସ୍ୟା ମାନଙ୍କର ସମାଜସେବା ପ୍ରତି ଥିବା ଆଗ୍ରହ ଓ ସଦିଚ୍ଛା କୁ ଭୁରି ଭୁରି ପ୍ରଶଂସା କରିଥିଲେ। ନୟାଗଡ ଇନର ହୁଇଲ କ୍ଲବର ଅଧ୍ୟକ୍ଷା ଡକ୍ଟର ଜ୍ୟୋତ୍ସ୍ନାମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ପରିଚାଳିତ ହୋଇଥିବା ବେଳେ ୯ ଜଣ ନୂତନ ସଦସ୍ୟା କ୍ଲବ ରେ ଯୋଗ ଦେଲେ । ଡାକ୍ତର ବି଼ ସୁର୍ଯ୍ୟା ରାଓ, ଫାର୍ମାସିଷ୍ଟ ପ୍ରତିଭା ମିଶ୍ର ଓ ହୋମଗାର୍ଡ ସସ୍ମିତା ନାୟକ ଙ୍କୁ ଉତ୍ତମ ସେବା ପାଇଁ କ୍ଲବ ତରଫରୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନୟାଗଡ଼ ଇନର ହୁଇଲ କ୍ଲବର ଏକ ପତ୍ରିକା ଉନ୍ମୋଚନ ହେଇଥିଲା ଏହି ସଭାରେ ରୋଟାରୀ କ୍ଲବ ସଭାପତି ପ୍ରବିର ପୃଷ୍ଟି, ବରିଷ୍ଠ ରୋଟାରିଆନ ସୁବୋଧ ପଟ୍ଟନାୟକ, ଆରିଫ ଖାନ, ପ୍ରକାଶ ପଟ୍ଟନାୟକ, ଧିରେନ୍ଦ୍ର ପଟ୍ଟନାୟକ ଏବଂ କ୍ଲବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ପରିଶେଷରେ କ୍ଲବ ସଦସ୍ୟା ସୌଦାମିନୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts