ଓଡ଼ଗାଁ ବ୍ଳକ ଭାଡ଼ିକିଳାରେ ବିଜେପିର କର୍ମୀ ସମ୍ମିଳନୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବିଜେପି ତରଫରୁ ଓଡଗାଁ ବ୍ଲକର ଭାଡ଼ିକିଳା ପଞ୍ଚାୟତର ଖେଳପଡିଆଠାରେ ଶନିବାର ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ରାଜ୍ୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଯୋଗଦେଇ କହିଥିଲେ ଯେ, ବିଜେପି ଦେଶର ଏକ ବୃହତ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ କେନ୍ଦ୍ରୀୟ ଯୋଜନା ଗରିବ ଲୋକଙ୍କ ହିତ ପାଇଁ ପ୍ରଣୟନ କରିଛନ୍ତି । ଆଗାମୀ ଦିନରେ ଏହା ଜାରି ରହିବ। ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ତୃଣମୂଳସ୍ତରରେ ଅଧୂକ ସକ୍ରିୟ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡା, ପ୍ରଭାରୀ ଅମିୟ ଦାଶ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସନ୍ନ୍ୟାସୀ ନାୟକ, ଜିଲ୍ଲା ପ୍ରଭାରୀ ନିରଞ୍ଜନ ମିଶ୍ର, ଜିଲ୍ଲା ମଣ୍ଡଳ ସଭାପତି ଭ୍ରମରବର ବରାଡ, ଦୁର୍ଗାପ୍ରସାଦ ପଣ୍ଡା, ପ୍ରକାଶ ଦା, ନୟାଗଡ ନିର୍ବାଚନ ମଣ୍ଡଳୀର ବିଧାୟିକା
ପ୍ରାର୍ଥୀ ଇରାନୀ ରାୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପୃଥ୍ବୀରାଜ ଦଳବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶିବଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ମୁଖପାତ୍ର ଡ. ପାତ୍ରଙ୍କୁ ଦଳୀୟ କର୍ମୀମାନେ ଏକ ବାଇକ ରାଲିରେ ସମ୍ମିଳନୀ ସ୍ଥଳକୁ ପାଛୋଟି ନେଇଥିଲେ। ସମ୍ମିଳନୀରେ ପ୍ରାୟ ହଜାର ହଜାର ବିଜେପି କର୍ମୀ ଯୋଗଦେଇଥିଲେ।

Related posts