ଓଡ଼ଗାଁରେ ବିଜେଡ଼ିର ବିଶାଳ ପଦଯାତ୍ରାରେ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ

ମହିଳା ସଶକ୍ତିକରଣର ନାରା ଦେଇଛି ପଦଯାତ୍ରା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ । ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ନୟାଗଡ଼ ଜିଲ୍ଲାର ୩ ଜଣ ବିଧାୟକ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପଦଯାତ୍ରାରେ ସାମିଲ ହୋଇଛନ୍ତି । ରଘୁନାଥ ମନ୍ଦିରଠାରୁ ପଦଯାତ୍ରା ବାହାରି ହାଇସ୍କୁଲ ଖେଳପଡ଼ିଆଠାରେ ପହଞ୍ଚିଛି । ପଦଯାତ୍ରା ମହିଳା ସଶକ୍ତିକରଣର ନାରା ଦେଇଛି । ବହୁ ସଂଖ୍ୟାରେ ମହିଳା ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର ହୋଇଥିବାର ପ୍ରମାଣ ଦେଇଛନ୍ତି । ଏହି ଅବସରରେ ହାଇସ୍କୃଲ ଖେଳ ପଡ଼ିଆଠାରେ ଆୟୋଜିତ ସମାବେଶରେ ନୟାଗଡ଼ ବିଧାୟକ ଡ. ସାହୁ ଶାନ୍ତି ପାଇଁ ବିକାଶ, ମହାବିକାଶରେ ପରିଣତ ହୋଇଛି ବୋଲି କହିଥିଲେ । ଦାୟିତ୍ଵ କ୍ଷମତାରେ ପରିଣତ ନହେବା ମୋ ପାଇଁ ସାଧନା ବୋଲି କହିଥିଲେ। କ୍ଷମତା ନୁହେଁ ଦାୟିତ୍ଵ ମନବୃତି ନେଇ କାମ କରିବାକୁ ନେତୃମଣ୍ଡଳୀକୁ ପରାମର୍ଶ ଦେଇଥିଲେ। ନବୀନଙ୍କ ଶାନ୍ତ, ସରଳ ଓ ନମ୍ର ପାଇଁ ୨୫ ବର୍ଷ ଧରି ଓଡିଶାବାସୀଙ୍କ ପାଖରେ ଲୋକପ୍ରିୟ ବୋଲି କହିଥିଲେ । ସେହିଭଳି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ମାଧ୍ୟମରେ ‘ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନ’ ସ୍ଳୋଗାନକୁ ବ୍ୟାଖ୍ୟା କରିଥିଲେ । ଭାରତର ନେତୃତ୍ଵ ଓଡ଼ିଶା ନେବା ଆବଶ୍ୟକ ବୋଲି କହିଥିଲେ । ଭାରତକୁ ଯେଉଁ ବେମାରୀ ହୋଇଛି, ତାହାର ଔଷଧ ଓଡ଼ିଶା ପାଖରେ ରହିଛି । ଧର୍ମ, ଜାତିକୁ ନେଇ ବିବାଦ କରିବା ନାହିଁ ବୋଲି କହିଥିଲେ। ଓଡ଼ିଶା ଭାରତର ନେତୃତ୍ଵ ନେଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଆଶା ସଫଳ ହେବ ବୋଲି କହିଥିଲେ। ମହାମାରୀ ଓ ଅନାହାର ମୃତ୍ୟୁ ବିରୁଦ୍ଧରେ ଲଢ଼ି ସଫଳତା ମିଳିଥିବା କହିଥିଲେ । ପଞ୍ଚାୟତ ବ୍ୟବସ୍ଥାରେ ୬୨ ପ୍ରତିଶତ ମହିଳା ନେତୃତ୍ଵରେ ରହିଥିବା କହିଥିଲେ। ୫ ଏମ ଫର୍ମୁଲା ବିଷୟରେ କହିଥିଲେ। ଯଥା ମାଆ, ମାଟି, ମାତୃଭାଷା, ମୋବାଇଲକୁ ଆପଣାର କରିବାକୁ କହିଥିବା ବେଳେ ମଦଠାରୁ ଦୂରେଇ ରହିବାକୁ କହିଥିଲେ। ସେହିଭଳି ଭାବେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଜନ ସମ୍ପର୍କ ପଦଯାତ୍ରା ଆଜି ଜନ ସମୁଦ୍ରରେ ପରିଣତ ହୋଇଛି ବୋଲି କହିଥିଲେ। ଓଡ଼ଗାଁର ଜେଏମଏଫସି କୋର୍ଟ ସାରା ଓଡ଼ିଶା ପାଇଁ ଉଦାହରଣ ପାଲଟିଲା ବୋଲି କହିଛନ୍ତି । ନୟାଗଡ ବିକାଶ ଶୀର୍ଷରେ ପହଞ୍ଚିଛି। ଏଣୁ ନୟାଗଡ଼ ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ହୋଇଛି ବୋଲି କହିଛନ୍ତି । ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସଶକ୍ତ, ଶୃଙ୍ଖଳିତ ବୋଲି କହିଥିଲେ। ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପଦଯାତ୍ରାରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ଜିଲ୍ଲା ବିଜେଡ଼ି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ଯୁବ ନେତା ବିଭୁ ପ୍ରସାଦ ସାହୁ, ଯୁବ ବିଜେଡି ସଭାପତି ମାନସ କୁମାର ସାହୁ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ ।

Related posts