ବିଭିନ୍ନ ବିଭାଗରେ ପ୍ରଫେସର ନଥିବା ଯୋଗୁଁ ୟୁଜିସି A’ଗ୍ରେଡ଼ ମାନ୍ୟତାରୁ ବାଦ ପଡିଲା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ଶ୍ରେଣୀ ଖୋଲାଯାଇ ନଥିବା ଏବଂ ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ପାଇଁ ଅଭିଜ୍ଞ ପ୍ରଫେସର ନଥିବା ଯୋଗୁଁ ୬୭ବର୍ଷର ଏହି ପୁରୁଣା କଲେଜକୁ ୟୁଜିସିର ସମ୍ମାନ ଜନକ ଏ ଗ୍ରେଡ଼ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିବା ନେଇ ପୁରାତନ ଛାତ୍ର ତଥା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଉଦବେଗ ପ୍ରକାଶ କରିଛନ୍ତି। ୟୁଜିସି ନାକ ଟିମ ପରିଦର୍ଶନ ପାଇଁ କଲେଜ କର୍ତୃପକ୍ଷ ଆଡମ୍ବରପୂର୍ଣ୍ଣ ବର୍ଣ୍ଣlଢ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମଧ୍ୟ ୟୁଜିସି ଗାଇଡ଼ଲାଇନ ଅନୁସାରେ ନାକ ଟିମ ସଦସ୍ୟମାନେ କଲେଜର ବିଭିନ୍ନ ବିଭାଗକୁ ତନ୍ନତନ୍ନ କରି ଯାଞ୍ଚ କରି ୟୁଜିସି ଅନୁଦାନରେ କଲେଜ ଉନ୍ନତ ଭିତ୍ତିଭୂମି ଖେଳପଡିଆ ଥିଲାବେଳେ ଏଯାବତ ପ୍ରତ୍ୟେକ ବିଭାଗରେ ପିଜି ସ୍ନାତ୍ତକୋତ୍ତର ଶିକ୍ଷା ପାଇଁ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅଭିଜ୍ଞ ପ୍ରାଧ୍ୟାପକଙ୍କ ଅଭାବ ଯୋଗୁଁ ୟୁଜିସି ନାକଟିମ B++ ମାନ୍ୟତା ଦେବାପାଇଁ ବାଧ୍ୟ୍ୟ ହୋଇଥିବା ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି। ତେବେ ଏହି ଦାୟିତ୍ୱ କାହାର ବୋଲି କଂଗ୍ରେସ ସଭାପତି ବିଧାୟକ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଛନ୍ତି, କଣ ଅଢେଇ ବର୍ଷ ଉଚ୍ଚଶିକ୍ଷା ମନ୍ତ୍ରୀ କାର୍ଯ୍ୟକାଳ ଭିତରେ ସାମାନ୍ୟତମ ଇଛାଶକ୍ତି ଥିଲେ ଏହା ହୋଇ ପାରିନଥାନ୍ତା, କିଛି ଅନଭିଜ୍ଞ ଯୁବ ଅଧ୍ୟାପକଙ୍କୁ ନେଇ ଚାଲିଛି ପାଠପଢା, ଜାଣିଶୁଣି ପ୍ରାଧ୍ୟାପକମାନଙ୍କୁ କଲେଜରୁ ବିଦା କରାଯାଉଛି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି। ବିଧାୟକ କଲେଜକୁ ଯାଉଛନ୍ତି କିନ୍ତୁ କଲେଜରେ ସ୍ନାତ୍ତକୋତ୍ତର ଶିକ୍ଷା ପାଇଁ ତାଙ୍କ ମନ୍ତ୍ରିତ୍ୱ ସମୟରେ ଉଦ୍ୟମ କଲେନାହିଁ କାହିଁକି? ନୟାଗଡ ବାସୀଙ୍କୁ ଜବାବ ରଖିବାକୁ ଶ୍ରୀ ଦାଶ ଦାବୀ କରିଛନ୍ତି।

Related posts