ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ‘ସୃଜନ’ ଠାରେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ବିଶାଳ ଆଇନ୍ ସଚେତନତା ଶିବିର ଏବଂ ଏହା ଉପରେ ଏକ ବୈଠକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା
ପରିବାର ଅଦାଲତ ବିଚାରପତି ପ୍ରଦୀପ କୁମାର ମହାନ୍ତ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଲିଲି ସେନାପତି, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ମଂଚରେ ଉପସ୍ଥିତ ରହି ଆଇନ୍ ସଚେତନତା ଦିବସ ପାଳନ ତାତ୍ପର୍ଯ୍ୟ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ୍ ପ୍ରଜ୍ଞା ପାରମିତା ମହାପାତ୍ର, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ପବିତ୍ରାନନ୍ଦ ପ୍ରଧାନ, ଏସ.ଡି.ଜେ.ଏମ. ସୌଭାଗ୍ୟ ରଂଜନ ପ୍ରଧାନ, ଅଧ୍ଵବକ୍ତା ସଂଘ ସଭାପତି ଦଣ୍ଡପାଣି ସ୍ୱାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧରକରଣ ତାଲିକାଭୁକ୍ତ ଅଧିବକ୍ତା ଏବଂ ପାରା ଲିଗାଲ ସ୍ଵେଚ୍ଛାସେବୀ ସଂଗଠନ ସହେଯାଗ କରିଥିଲେ ।
ନାରାୟଣୀ ଉଚ୍ଚ ବିଦ୍ୟାଳୟ, ଇଟାମାଟି, ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ,
ୟୁନିଟେକ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦିବସ ପାଳନ ତାତ୍ପର୍ଯ୍ୟ ଉପରେ ଛୋଟ ଛୋଟ ନାଟକ ପରିବେଷଣ କରିଥିଲେ । ନୟାଗଡ଼ ତହସିଲ କାର୍ଯ୍ୟାଳୟ ତରଫରୁ ପଟ୍ଟା ବଂଟନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ପକ୍ଷରୁ ହୁଇଲ ଚେୟାର, ଆଶାବାଡ଼ି, ତୃତୀୟଲିଙ୍ଗଙ୍କୁ

ପରିଚୟ ପତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ବୈଠକରେ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ବିଭିନ୍ନ ବିଭାଗର ହିତାଧ୍ଵକାରୀ ଉପସ୍ଥିତ ଥିଲେ । ଏହି ବୈଠକକୁ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ ଏବଂ ପ୍ରାଧ୍ଵକରଣର ସଭ୍ୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଉମର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗର ଉନ୍ନୟନ ମୂଳକ ପ୍ରଦର୍ଶନୀ ମଧ୍ୟ ଜିଲ୍ଲା ପରିଷଦ ପ୍ରାଙ୍ଗଣରେ ହୋଇଥିଲା ।
