ଶ୍ରମ ବିଭାଗର ଦ୍ଵାରସ୍ଥ ହେଲା ଆଉଟ ସୋରସିଂ କର୍ମଚାରୀ ସଙ୍ଘ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଆଉଟ୍ ସୋରସିଂ ମାଧ୍ୟମରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ ଚାକିରୀର ସ୍ଥାୟୀତ୍ୱ ନେଇ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଓ ଡିଭିଜନ ଲେବର କମିସନରଙ୍କ
ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜୁଶ୍ରମିକ ସମ୍ମୁଖ୍ୟ ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ମେଡିକାକର୍ମଚାରୀ ସଂଘର ସଭାପତି ତଥାଗତ ଦାସ୍ ( electrician, plumber, left operator, helpdesk, sweeper, security, data entry operator, ECG,LT & Pharmacist, staff-nurses etc)
ନେତୃତ୍ୱମାନେ ମିଳିତ ହୋଇ ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କରୋନା ମହାମାରୀସମୟରେ ଜନସାଧାରଣ ଭୟଭିତ ହୋଇ ଘରେ ରହିଥିଲା ବେଳେ ଆଉଟ ସୋରସିଂ ମାଧ୍ୟମରେ କାର୍ଯରତ ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ଏବଂ ପରିବାର ଛୁଆ ପିଲାମାନଙ୍କୁ ଦୁରେଇଦେଇ ଜନସାଧାରଣମାନଙ୍କୁ ସେବାଯୋଗାଇ ଆସୁଥିଲେ। ଦୀର୍ଘବର୍ଷ ଧରି ବିଭିନ୍ ସଂସ୍ଥା ମାଧ୍ୟମରେ କର୍ମଚାରୀମାନେ କାର୍ଯ୍ୟ କରି ଆସୁଥିଲାବେଳେ ବର୍ତ୍ତମାନ ନୁଆନୁଆ ସଂସ୍ଥା ଆସି ସେମାନଙ୍କୁ ଚାକିରୀରୁ ବାହର କରିଦେବାର ଧମକ ଦେଉଛନ୍ତି। ଉଚ୍ଚ ନ୍ୟାୟାଳୟର ନିର୍ଦେଶ କ୍ରମେ ଭୁବନେଶ୍ୱର ମହାନଗର ମେଡ଼ିକାଲର କାର୍ଯରତ ଆଉଟ ସୋରସିଂ କର୍ମଚାରୀମାନଙ୍କୁ ସେହି ସଂସ୍ଥା ଗ୍ରହଣ କରୁଥିବାବେଳେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେଭଳି ଚୁକ୍ତିନାମା କରି କର୍ମଚାରୀମାନଙ୍କୁ agency ଗ୍ରହଣ କରିବାପାଇଁ ପଦକ୍ଷେପ ନେବେ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। କର୍ମଚାରୀ ବିରୋଧୀ ପଦକ୍ଷେପ ନେଇ ଆମ୍ବ ଚାକିରୀ ପ୍ରତି ବିପଦ ଆସିଲେ ବଡ଼ ଧରଣର ଆନ୍ଦୋଳନ କରାଯିବବୋଲି ଚେତାବନୀ ଦିଆଯାଇଛି।

Related posts