ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ ଆର.ଏମ.ସି. ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ କ୍ରୟ କମିଟି ଅଧ୍ୟକ୍ଷ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ୨୦୨୧-୨୨ଖରିଫ୍ ଋତୁରେ ଧାନ କ୍ରୟର ସଂକ୍ଷିପ୍ତ ବିବରଣୀରେ କହିଥିଲେ ଯେ, ଗତ ବର୍ଷ ଏହି ଜିଲ୍ଲାରେ ୪୬,୦୬୨ ଚାଷୀ ଧାନ କ୍ରୟ ପାଇଁ ଜିଲ୍ଲାର ୧୫୩ଟି ପ୍ୟାକ୍ସରେ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୧,୮୯୪ଚାଷୀଙ୍କ ଠାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ ପିଛା ଟ.୧୯୪୦) ଏବଂ ଟ.୧୯୬୦/- ଦରରେ ୧୪,୪୦,୨୨୨.୯୬ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଚଳିତ ଖରିଫ୍ ଋତୁ ୨୦୨୨-୨୩ରେ ସେହି ୧୫୩ ପ୍ୟାକ୍ସ ମାଧ୍ୟମରେ ୫୬୦୧୭ଚାଷୀ ପଞ୍ଜିକରଣ ବୈଧ ଥିବାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ ପିଛା ଟ.୨୦୪୦/- ଏବଂ ଟ.୨୦୬୦/-ଦରରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କ୍ରୟ କରାଯିବ । ଏ ବର୍ଷ ନୟାଗଡ଼ ଜିଲ୍ଲାରେ ଧାନ କ୍ରୟ ତା. ୨୩.୧୨.୨୦୨୨ରିଖ ଠାରୁ ଆରମ୍ଭ କରାଯାଇ ତା. ୩୧.୦୩.୨୦୨୩ରିଖରେ ଶେଷ ହେବ । ଏହି ବୈଠକରେ ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ଯୋଗାଣ ଅଧିକାରୀ
ବ୍ରଜେନ୍ଦ୍ର ନାୟକ, ରଣପୁର ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ କୁମାର
ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସହକାରୀ ଯୋଗାଣ ଅଧିକାରୀ ଶୁଭରାଜ ସାମନ୍ତରାୟ ଏ.ଆର.ସି.ଏସ.
ହାଡ଼ିବନ୍ଧୁ ମହାକୁଡ଼, କୃଷକ ନେତା ଜଗନ୍ନାଥ ପଣ୍ଡା, ଜିଲ୍ଲା କୃଷି ଅଧିକାରୀ,
ସଂପାଦକ ଆର.ଏମ୍.ସି., ନୟାଗଡ଼, ମିଲର ସଂଘର ସଭାପତି ଓ ଅନ୍ୟାନ୍ୟ ସଭ୍ୟ, ବିଭିନ୍ନ ବ୍ଲକର ଯୋଗାଣ ଅଧିକାରୀ, ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ
