କୁରାଳରେ ବର୍ଷା ପାଇଁ ଗିରିପୂଜାର ଆୟୋଜନ କଲେ ଗ୍ରାମବାସୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ିଶାରେ ଜଳ ସେଚନର ସୁବିଧା କମ ହେତୁ ଚାଷୀ କୂଳ ଚାତକ ପରି ବର୍ଷା ଜଳକୁ ଅନାଇ ରହିଥାଏ।ପରିବେଶ ପ୍ରଦୂଷଣ ଓ ଜଙ୍ଗଲ କ୍ଷୟ ହେତୁ ବର୍ଷା ଜଳର ଅନିୟମିତତା ଚାଷୀକୁ ନୈରାଶ୍ୟ ଆଡ଼କୁ ଠେଲି ଦେଇଥାଏ। ବର୍ଷା ଜଳକୁ ଆବାହନ କରି କିଏ ହୋମ ଯଜ୍ଞ କରନ୍ତି ତ କିଏ ବେଙ୍ଗ ବେଙ୍ଗୁଲି ନାଚ କରିବା ସହିତ କେହି କେହି ଗିରି ପୂଜା କରିଥାନ୍ତି। ଏହି ବିଚାର ନେଇ ଆଜି କୁରାଳ ବେଂଗେଇ ସାହି ଓ ତୋଟା ସାହିର ବାସିନ୍ଦା ମାନେ ସଙ୍କୀର୍ତ୍ତନ କରି ମା ବାଗ୍ଦେବୀ ପୀଠରେ ଗିରି ପୂଜା କରିଥିଲେ। ଆମ ହିନ୍ଦୁ ଧର୍ମରେ ଏହା ଏକ ଅନନ୍ୟ ପରମ୍ପରା। ଯଦି ଚ ଆଜି ଏକ ପୂଜା ପରମ୍ପରା ଏହା ପରିଣତ ହୋଇ ଯାଇଛି ତଥାପି ଏହାର ମୂଳ ବିଚାର…

Read More

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଓଡ଼ଗାଁରେ ବୈଠକ

ଓଡ଼ଗାଁ,(୦୧/୦୮):- ଭାରତ ସ୍ଵାଧିନତା ଆନ୍ଦୋଳନର ବାର୍ତ୍ତା ବହ ତଥା ଅତିମାନବର ଦ୍ରଷ୍ଟା ଯୋଗୀ ଗୁରୁ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଏକ ଶହ ପଚାଶ ତମ ଜନ୍ମ ବାର୍ଷିକୀ ସାରା ରାଜ୍ୟରେ ଚଳିତ ଅଗଷ୍ଟ ୧୫ ଠାରୁ ଆଗାମୀ ବର୍ଷ ଅଗଷ୍ଟ ପନ୍ଦର ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି। ଏଥି ନିମନ୍ତେ ଓଡ଼ଗାଁ ବ୍ଲକ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଆବାହକ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କ ଆବାହକତ୍ଵରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କୁରାଳ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଓଡ଼ଗାଁ ବ୍ଲକର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଗୁଡ଼ିକର ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳକ ତଥା ପାଠଚକ୍ରର ସଭ୍ୟ ସଭ୍ୟା, ଶିକ୍ଷା କେନ୍ଦ୍ରର ଅଭିଭାବକ, ପୁରାତନ ଛାତ୍ରୀ ଛାତ୍ର ଇତ୍ୟାଦି ଯୋଗ ଦେଇଥିଲେ। ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପାଠ ଚକ୍ର ସଂଯୋଜକ ସୁନୀଲ କୁମାର…

Read More

ଓଡ଼ଗାଁରେ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ଚୟନ

ଓଡ଼ଗାଁ,(୦୧/୦୮)- ଓଡ଼ଗାଁ ବ୍ଲକରେ ଡିଜିଟାଲ ମିଡିଆ କ୍ଷେତ୍ରରେ କାର୍ୟ୍ୟ କରୁଥିବା ସାମ୍ବାଦିକମାନଙ୍କୁ ସଂଗଠିତ କରିବା ନିମନ୍ତେ ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସଭାପତି ଅନୱର ଅଲ୍ଲୀଙ୍କ ଡାକରାରେ ନୂତନ ଓଡ଼ଗାଁ ଡିଜିଟାଲ ମିଡିଆ ସଂଘ ଗଠିତ ହେବାସହ କାର୍ୟ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଓଡ଼ଗାଁ ସହରସ୍ଥିତ ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ସଭାରେ ସର୍ବସମ୍ମତି କ୍ରମେ ପ୍ରଦୀପ କୁମାର ରାୟଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଉପସଭାପତି ଅଶୋକ ଦାସ, ସମ୍ପାଦକ ରିପନ କୁମାର ପଣ୍ଡା, ସହ ସମ୍ପାଦକ ରାକେଶ ରୋଷନ ବେହେରା, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ, ଜଗଦୀଶ ପ୍ରଧାନ, ଉପଦେଷ୍ଟା ବିଭୁପ୍ରସାଦ ସାହୁ, ପ୍ରମୋଦ କୁମାର ନାୟକ, ମନୋଜ ସାହୁ, କାର୍ୟ୍ୟକାରୀ ସଭ୍ୟ ପ୍ରକାଶ ଚନ୍ଦ୍ର ମହାପାତ୍ର, ଦିବ୍ୟରଞ୍ଜନ ନାୟକ, ବିଜୟ କୁମାର, ଭାସ୍କର ସ୍ୱାଇଁ, ମନୋରଞ୍ଜନ ପାତ୍ର, ବିପିନ କୁମାର ସେଠି,…

Read More

ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ପରିବେଶ ସନ୍ତୁଳନ ସମଗ୍ର ବିଶ୍ବ ପାଇଁ ଏକ ଆହ୍ୱାନ ରୂପେ ଉଭା ହୋଇଅଛି। ଏହାର ସର୍ବୋତ୍ତମ ପ୍ରତିକାର ବ୍ୟାପକ ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟି। ଏହି ବିଚାରକୁ ଆଧାର କରି ଆଜି ଅରୋମିରା ଟ୍ରଷ୍ଟ, କୁରାଳ ତରଫରୁ ଶ୍ରୀ ଅରବିନ୍ଦଙ୍କ ଶହେ ପଚାଶତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା। ଅରୋମୀରା ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ସାମାଜିକ ଓ ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମୀରା, ଶ୍ରୀମାଙ୍କ ନାମରେ ଗୋଟିଏ ବୃକ୍ଷ ଧୂପ ଅର୍ପଣ କରି ଭକ୍ତି ପୂର୍ବକ ରୋପଣ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ଓ ଯତ୍ନ ସମ୍ବନ୍ଧେ ସଚେତନ କରାଇବା ସହିତ ନିଜର ଅଞ୍ଚଳର କିମ୍ବା ଗାଁ’ରେ ଖାଲିଥିବା ସର୍ବ…

Read More

ଓଡଗାଁ ସମ୍ବାଦ ସାହିତ୍ୟ ଘର ସଦସ୍ୟଙ୍କ ଦ୍ଵାରା ବୃକ୍ଷରୋପଣ

ଓଡ଼ଗାଁ,(ନୟାଗଡ ଦର୍ପଣ):- ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଦଣ୍ଡୋର ଗ୍ରାମ ସ୍ଥିତ ମାଆ ପାଣି ଷଣ୍ଢ ମନ୍ଦିର ପରିସର, ପୋଖରୀ ହୁଡ଼ା ଏବଂ ରାସ୍ତା ପାର୍ଶ୍ଵରେ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ଶାଖା ତରଫରୁ ବୄକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂବାଦ ପ୍ରତିନିଧି ତଥା ସାହିତ୍ଯ ଘରର ସଂଯୋଜକ ସୁନିଲ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମରେ ସାହିତ୍ୟ ସଭାପତି ଦିବାକର ନାୟକ, ସମ୍ପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ପଞ୍ଚାନନ ପଣ୍ଡାଙ୍କ ସମେତ ଯଶୋବନ୍ତ ପଟ୍ଟନାୟକ, ରବୀନ୍ଦ୍ର କୁମାର ଘଡେଇ, ଶରତଚନ୍ଦ୍ର ଷଡ଼ଙ୍ଗୀ, ଶାନ୍ତନୁ ବିଶୋଇ, ପରମାନନ୍ଦ ସ୍ୱାଇଁ, ପ୍ରଦୋଷ କୁମାର ରାଉତ, ଦେବୀ ପ୍ରସାଦ ସାହାଣି, ନାରାୟଣ ରାଉତ, ଆଶିଷ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ପଣସ , ଓଉ, ଅଶୋକ,…

Read More

କୁରାଳ ଏବଂ ସାକେରିରେ ସ୍ୱୟଂ ସହାୟକ ଗୋଷ୍ଠୀର ସ୍ଥାୟୀ ଗୃହର ଶିଳାନ୍ୟାସ

ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଏବଂ ସାକେରି ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସ୍ଥାୟୀ ଗୃହ ନିମନ୍ତେ ଶିଳାନ୍ୟାସ କରାଯାଇଛି । ଆଜିର କାର୍ୟ୍ୟକ୍ରମରେ ନୟାଗଡ଼ ଜିଲ୍ଲା ମହିଳା ଜନତା ଦଳ ସଭାପତି ବିରଜାଲକ୍ଷ୍ମୀ ସାହୁ ଯୋଗ ଦେଇ ନୂତନ ଗୃହ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସରକାରଙ୍କର ଜନହିତକର ଏବଂ ଲୋକାଭିମୁଖୀ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ କିପରି ସମସ୍ତ ସୁବିଧା ସୁଯୋଗ ମହିଳାମାନେ ପାଇପାରିବେ ସେ ନେଇ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ମିଶନଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ରାଜ୍ୟସରକାର ସଦାସର୍ବଦା ଚେଷ୍ଟିତ ବୋଲି କହିଥିଲେ । ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ହେବାପରେ ମହିଳାମାନଙ୍କ ମଧ୍ୟରେ ଏହା ନୂତନ ଉତ୍ସାହ ଆଣିଦେଇଛି। ଆଜିର…

Read More

ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର…

Read More

ଜୈବିକ ସାର ପ୍ରସ୍ତୁତ ଖାଦ୍ୟ ଆପଣାଇ ନେବା, ସୁସ୍ଥ ନିରୋଗ ରହି ଦୀର୍ଘ ଜୀବନ ଆମେ ବଞ୍ଚିବା

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଶିକ୍ଷିତ ଯୁବକଙ୍କ ଜୈବିକ କୃଷିର ନୂଆ ଅଧ୍ୟାୟ ଦିନ ଥିଲା ଲୋକେ ସାର ଭାବିଲେ ଗାଈ ଗୋରୁ, ଛେଳି, ମହିଷି ଇତ୍ୟାଦିଙ୍କ ଖତକୁ ବୁଝୁଥିଲେ। କେତେକ କ୍ଷେତ୍ରରେ ରାଶି, ବାଦାମ, କରଞ୍ଜ, ମହୁଲ ଓ ନିମରୁ ପ୍ରସ୍ତୁତ ପିଡ଼ିଆ ସହିତ ଦେଶୀୟ ବିହନକୁ ପାରମ୍ପରିକ ଉପାୟରେ ବ୍ୟବହାର କରି ସୁସ୍ଥ ଓ ନିରୋଗ ଜୀବନ ଯାପନ କରୁଥିଲେ। ସେତେବେଳେ ନା ଥିଲା କୃତ୍ରିମ ସାର ନା ସରକାରୀ ବିହନ ଅଭାବର ଅଭିଯୋଗ। କିନ୍ତୁ ସମୟ ବଦଳିବା ସହିତ ଲୋକେ ହାଇବ୍ରିଡ୍ ବିହନ ଓ ରାସାୟନିକ ସାର ସହିତ ଏତେ ଅଭ୍ୟସ୍ତ ଯେ ନିଜ ନିଜ ହାତ ପାଆନ୍ତାର ଜିନିଷକୁ ଭୁଲିଗଲେ। କୃଷି ଉତ୍ପାଦନ ବଢିଲା ସତ ହେଲେ ରାସାୟନିକ ସାର ପ୍ରୟୋଗ ଜନିତ ରୋଗ ବ୍ୟାଧିରେ ଲୋକ ହନ୍ତସନ୍ତ ହୋଇ ପୁଣି ସେହି ଜୈବିକ…

Read More

ଓଡ଼ଗାଁ ବନାଞ୍ଚଳ ତରଫରୁ ଗାଁ’ ଗାଁ’ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ସ୍ଥାନୀୟ ଜନସାଧାରଣଙ୍କ ଆଗ୍ରହ ଓ ଆବଶ୍ୟକତାକୁ ନେଇ ଓଡ଼ଗାଁ ବନାଞ୍ଚଳ ତରଫରୁ ବାହାଡ଼ାଝୋଲା ରିଜର୍ଭ ଜଙ୍ଗଲ ପାଖ ଗାଁ’ ଗୁଡିକରେ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଓ ବନପାଳ ସରିତା ବରାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଲିମ୍ବ, ପେସ୍ତା, କାଜୁ, ଗଙ୍ଗଶିଉଳି, ତେକ୍ମା ଓ ବେଲ ଇତ୍ୟାଦି ସାତ ଶହରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରାଯାଇଥିଲା। ସମାଜସେବୀ ତଥା ପରିବେଶବିତ ସୁକାନ୍ତ ଚୌଧୁରୀ ଉପସ୍ଥିତ ରହି ଲୋକମାନଙ୍କୁ ଗଛ ଲଗାଇବାର ଆବଶ୍ୟକତା ଓ ପରିବେଶର ଯତ୍ନ ସମ୍ବନ୍ଧେ ବକ୍ତବ୍ୟ ସହିତ ପିଲାଟିଏ ଗଛଟିଏ, ଗଛ ଲଗାଅ ପରିବେଶ ବଞ୍ଚାଅ ଇତ୍ୟାଦି ସ୍ଳୋଗାନ ଦେଇ ସଚେତନ କରାଇଥିଲେ । ପରିକ୍ରମା କାଳରେ ଚାଳିଶ ପରିବାର ବିଶିଷ୍ଟ ହରିଜନ ଗ୍ରାମ ଖଜୁରିଆ ଜନସାଧାରଣଙ୍କ ଆଗ୍ରହକୁ ଦ୍ଵିଗୁଣିତ କରିବା ପାଇଁ ପରିବେଶ ସାଥି ୯୦ଟି ଚାରା କିଣି ପରିବାର…

Read More

ସରଣକୁଳ ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ

ସରଣକୁଳ,(ନୟାଗଡ଼ ଦର୍ପଣ):- ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ପାଦୃଭାବ ବଢିବାରେ ଲାଗିଥିବା ବେଳେ ପୁଲିସ୍ ପକ୍ଷରୁ ଯେତେ ପ୍ରକାରର ଚଢଉ କରାଯଉଥିଲେ ମଧ୍ୟ ଚୋରା ଗଞ୍ଜେଇ ଚାଲାଣ ଉପରେ ରୋକ ଲଗେଇ ପାରୁନି ଜିଲ୍ଲା ପୋଲିସ। ସେହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଶରଣକୁଳ ଦୋସମା ଛକ ନିକଟରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ନେଇ ଶରଣକୁଳ ପୁଲିସ୍ କୌଣସି ସୁତ୍ରରୁ ଖବର ପାଇ ଚଢଉ କରିଥିଲା। ତେବେ ଚଢଉ ସମୟରେ ଦୋସମା ଗାଁର ରାଜେଶ ବେହେରା(୨୬)ଙ୍କ ଠାରୁ ୨୦କେଜି ୬ଶହ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଥାନାରେ କେସ୍ ନଂ-୯୪/୨୦୨୧ରେ ମାମଲା ରୁଜୁ ସହିତ ରାଜେଶକୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସରଣକୁଳ…

Read More