“ଜୟ ବୋଲ ଲଡୁବାବା କି” ଭଜନ ଉନ୍ମୋଚିତ

ଶରଣକୁଳ,(୧୧/୦୮):- ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭଜନ “ଜୟ ବୋଲ ଲଡୁବାବା କି” ବୁଧବାର ୟୁଟ୍ୟୁବ ଚାନେଲରେ ଉଦଘାଟିତ ହୋଇଯାଇଛି। ଲୋକପ୍ରିୟ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର ତ୍ରିପାଠୀ ସଙ୍ଗୀତ ସହ କଣ୍ଠଦାନ କରିଥିବା ବେଳେ ସମୀର ରଥ ଗୀତ ରଚନା ଏବଂ ଅଶୋକ ସାହୁ ସଙ୍ଗୀତ ପରିଚାଳନା କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ କିଶୋର ଚନ୍ଦ୍ର କରଶର୍ମା, ସମୀର ରଥ, ସୁବାଷ ନାୟକ, ବିକ୍ରମ କୁମାର ଦାସ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼, ପରମାନନ୍ଦ ସ୍ବାଇଁଙ୍କ ସମେତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ। ଗୀତଟି ମହାପ୍ରଭୁ ଶିବଙ୍କ ମହିମା ଉପରେ ରଚନା କରାଯାଇଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିବ ବୋଲି ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଗୀତଟି ପ୍ରଶାନ୍ତ ଦାଶଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସବୁକର “ପଞ୍ଚମ ରାଗିଣୀ” ପେଜରେ ଉପଲବ୍ଧ ହେଉଛି।

Related posts