ବନ୍ଧୁକଧାରୀ ଶିକାରୀ ଗିରଫ, ବନ୍ଧୁକ ଜବତ

ଖଣ୍ଡପଡ଼ା,(୧୧/୦୮):- ନୟାଗଡ଼ ବନଖଣ୍ଡ ଅଧିନ ଖଳିସାହି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ବନ୍ଧୁକ ଧରି ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ଯରେ ବୁଲୁଥିବା ବେଳେ ଖଣ୍ଡପଡ଼ା ବନବିଭାଗ କର୍ମଚାରୀଙ୍କ ଦ୍ବାରା ସୁଶାନ୍ତ କୁମାର ନାୟକ(୪୫) ଧରାପଡି ଜେଲ ଯାଇଥିବା ଜଣାଯାଇଛି। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଏବଂ କିଛି ଅଫୁଟା ଗୁଳି ଜବତ କରାଯାଇଛି। ଖଳିସହି ଗ୍ରାମ ପାଞ୍ଚଘରିଆ ସାହିର ଅଭିଯୁକ୍ତ ନିୟମିତ ଭାବେ ଜଙ୍ଗଲରୁ ଶିକାର କରୁଥିବାର ଅଭିଯୋଗ ପାଇଥିବା ଖଣ୍ଡପଡା ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

Related posts