ଗଣିଆରେ ୟୁଥ୍ ଫର୍ ଆକ୍ସନ ଟିମ୍ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ

ଗଣିଆ,(୧୧/୦୮):- ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡ଼ା ପଂଚାୟତର ଗୋପିବଲ୍ଲଭପୁର ଓ କଳାଶିମିଳିର ୪୦ଜଣ ଯୁବକଙ୍କୁ ନେଇ ୟୁଥ ଫର୍ ଆକ୍ସନ ତରଫରୁ ମାସ୍କ ବଣ୍ଟନ, ମନ୍ଦିର ସଫେଇ, ବୃକ୍ଷରୋପଣ, ପୋଖରୀ ସଫେଇ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମସ୍ତଙ୍କୁ ମାସ୍କ୍ ବଣ୍ଟନ କରି ମନ୍ଦିର ପରିସର ଏବଂ ସେହି ଗ୍ରାମର ପୋଖରୀ ଚାରିପଟକୁ ପରିସ୍କାର ଭାବେ ସଫା କରାଯାଇଥିଲା। ପରେପରେ ଗ୍ରାମର କିଛି ସ୍ଥାନରେ ଅଁଳା, ଲେମ୍ବୁ, ଶିମିଳି, ଆମ୍ବ ଭଳି ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁଥ୍ ଫର୍ ଆକ୍ସନର ନୟାଗଡ ଜିଲ୍ଲା ସଭାପତି ପରମେଶ୍ଵର ସାହୁ, ସାଧାରଣ ସମ୍ପାଦକ ଜୀବନ ଜ୍ୟୋତି ଘଡାଇ, ଉପସଭାପତି ଶୁଭାଶିଷ ମିଶ୍ର, ଯୁବ ସ୍ଵେଚ୍ଛାସେବୀ ପ୍ରିୟବ୍ରତ ମିଶ୍ର, ମଳୟ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା ଆଗାମୀ ଦିନରେ ଯୁବପିଢ଼ିଙ୍କୁ ଏକ ନିଆରା ପ୍ରେରଣା ଦେବ ବୋଲି ସଂଗଠନର କାର୍ୟ୍ଯକର୍ତ୍ତା କହିଥିଲେ।

Related posts