ନୟାଗଡ଼,(୧୧/୦୮):- ରାଜସୁନାଖଳାଠାରେ ଅବସ୍ଥିତ ଡିଆଇଇଟି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଉଚ୍ଚଶିକ୍ଷା ବିଭାଗର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରିତା ଜାତୀୟ ସ୍ତରୀୟ ଗ୍ରୀନ ଚମ୍ପିୟନ ପୁରସ୍କାର ଗ୍ରହଣ କରିଛନ୍ତି । ସ୍ୱଚ୍ଛତା କାର୍ଯ୍ୟକାରିତା ଯୋଜନା ମଧ୍ୟରେ ସବୁଜ କ୍ୟାମ୍ପସ ଜଳ ପରିଚାଳନା ବର୍ଜ୍ୟବସ୍ତୁ ପରିଚାଳନା ଓ ଶକ୍ତି ସଂରକ୍ଷଣ ଆଦି କାର୍ଯ୍ୟ କରାଯାଇଥିଲା । ଏହି ଜାତୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଡଃ. ପୋମା ଟୁଡୁ ଯୋଗ ଦେଇ ଡି.ଆଇ.ଇ.ଟି ନୟାଗଡ଼ର ଅଧ୍ୟକ୍ଷା ଡଃ.ମଞ୍ଜୁବାଳା ସାହୁଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ମହୋଦୟ ଉକ୍ତ ଅନୁଷ୍ଠାନର ଅନ୍ୟନ୍ୟ କାର୍ଯ୍ୟକ୍ରମକୁ ଭୂଯସୀ ପ୍ରଶଂସା କରିଛନ୍ତି । ଅଧ୍ୟକ୍ଷା ଡଃ.ମଞ୍ଜୁବାଳା ସାହୁ ଓ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡଃ.ସନ୍ତୋଷ କୁମାର ପରିଡାଙ୍କ ଅଭିନବ କାର୍ଯ୍ୟଶୈଳୀକୁ ଭୂୟସି ପ୍ରଶଂସା କରିବା ସହ ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀ ତଥା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦର ଚେୟାରମ୍ୟାନ ଓ କୋଡିନେଟରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ନୟାଗଡ଼ ରାଜସୁନାଖଳା ଡି.ଆଇ.ଇ.ଟି.କୁ ଜାତୀୟ ପୁରସ୍କାର ପ୍ରଦାନ
