ଚାନ୍ଦପୁର ପୁଲିସ ଦ୍ୱାରା ରାଇପଡ଼ା ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

ରଣପୁର,(୧୧/୦୮):- ରଣପୁର ବ୍ଳକ ଚାନ୍ଦପୁର ଥାନା ପୁଲିସ ଗତ କାଲି ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ରାଉତପଡ଼ା ଗ୍ରାମର ବୋଲି ଜଣାଯାଇଛି । ଅନ୍ୟ ଜଣଙ୍କ ପରିଚୟ ଗୋପନ ରଖାଯାଇଛି । ଛ’ମାସ ହେବ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଉଭୟଙ୍କ ଉପରେ ନଜର ରଖିଥିଲେ । ଗତକାଲି ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏସଆଇ ଅଞ୍ଜଳୀ ସା ଏବଂ ଏଏସଆଇ ରମେଶ ବେହେରାଙ୍କ ସହିତ ଗୋଟିଏ ଟିମ୍ ଚଢ଼ାଉ କରିଥିଲା । ରାଇପଡ଼ା ନିକଟରୁ ଏକ ହୋଣ୍ଡାସିଟି କାରରୁ ୧କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୯୫ହଜାର ଟଙ୍କା ଜବତ ହୋଇଥିବାବେଳେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ପୁଲିସ ।

Related posts