ଓଡ଼ଗାଁ,(୧୧/୦୮):- ଓଡ଼ଗାଁ ଏନ.ଏ.ସି ଅନ୍ତର୍ଗତ ଜାରିଙ୍ଗି ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏନ.ଏ.ସି କର୍ତ୍ତୃପକ୍ଷ। ଉଚ୍ଛେଦ ବେଳେ ବିଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା । ଓଡ଼ଗାଁ ଏନ.ଏ.ସି ଜାରିଙ୍ଗି ଅଞ୍ଚଳରେ ବହୁ ମାତ୍ରାରେ ଜବରଦଖଲ କରି ରହୁଥିବା ଲୋକଙ୍କୁ ଗତ ସାତ ଦିନ ପୂର୍ବରୁ ଏନ.ଏ.ସି କାର୍ୟ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ ନୋଟିସ ମଧ୍ୟ ଜାରି ହୋଇଥିଲା । କିନ୍ତୁ ଜବରଦଖଲକାରୀ ଏହାକୁ ଶୁଣି ନଥିଲେ। ଏନ.ଏ.ସି କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ନୟାଗଡ଼ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ । ଆଜି ଏନ.ଏ.ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରିଙ୍ଗି ଅଞ୍ଚଳର ୮ଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଅଛି। ଏନ.ଏ.ସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା କରାଯାଇଛି । ଏହି ଜବରଦଖଲ ଉଚ୍ଛେଦ ସମୟରେ ଓଡ଼ଗାଁ ରାଜସ୍ୱ ନିରୀକ୍ଷକ ବଳରାମ ପ୍ରଧାନ, ଆଦର୍ଶ ଥାନା ଏସ୍. ଆଇ ସଞ୍ଜୟ କୁମାର ପରିଡା ପ୍ରମୁଖ ଉପସ୍ଥିତଥିଲେ ।
ଓଡ଼ଗାଁ ଜାରିଙ୍ଗିରୁ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ
