ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ପିଟିଏସ ରୋଡ଼ସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଏକ ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏବଂ ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ସ୍ୱାମୀ ଚିତଘନାନନ୍ଦ ସରସ୍ୱତୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଥମେ ଜିଲ୍ଲାପାଳଙ୍କୁ ମିଶନ ପକ୍ଷରୁ ସଭାପତିଙ୍କ ନେତୃତ୍ୱରେ ବେଦମନ୍ତ୍ର ପାଠ ସହିତ ଏକ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ କରାଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।ଜିଲ୍ଲାପାଳ ଆଜିର ଯାନ୍ତ୍ରିକ ଯୁଗରେ ମାନବ ଜୀବନରେ ଶ୍ରୀମଦ୍ ଭାଗବତ ଗୀତାର ଶିକ୍ଷା ଓ ଆବଶ୍ୟକତା…
Read MoreDay: September 28, 2026
ଶତାୟୁ ଜଳଧରଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର ଗ୍ରାମର ସ୍ବର୍ଗତ ଜଳଧର ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ତା୨୬.୦୭.୨୦୨୬ରିଖ ପବିତ୍ର ଭଗବତ ଜନ୍ମ ତିଥିରେ ସ୍ମୃତି ଚାରଣ ସହ ଏକ ସ୍ମରଣିକା ‘ଗାଁ ବୟଃଜେଷ୍ଠ’ ଉନ୍ମୋଚନ ହୋଇଥିଲା। ଗତବର୍ଷ ୧୦୭ ବର୍ଷ ବୟସରେ ଆଜିର ତିଥିରେ ସ୍ବର୍ଗତ ଜଳଧର ରାଉତରାୟ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ, ନୟାଗଡ଼ ଡକ୍ଟର ହାଡିବନ୍ଧୁ ରାଉତରାୟ ଓ ଭଣଜା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସହଯୋଗରେ ନରସିଂହପୁର ଗ୍ରାମରେ ତାଙ୍କ ବାସଭବନଠାରେ ଏକ ସ୍ତୁତି ଚାରଣ ସଭାର ଆୟୋଜନ କରାଯାଇଥିଲା। ଆଞ୍ଚଳିକ ପୂଜ୍ୟ ପୂଜା ପରିଷଦ, ଚାନ୍ଦପୁରର ସଭାପତି ଖାଉଟି ଅଦାଲତର ପୂର୍ବତନ ବିଚାରପତି ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ସଭାପତିତ୍ବ କରିଥିଲେ। ଅବସରପ୍ରାପ୍ତ କୁହୁଡି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ…
Read Moreଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଷ୍ଟାର୍ଟଅପ୍ ଓ ଉଦ୍ୟମିତା ପରିବେଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ୫ ତାରିଖରେ ଫ୍ୟାକଲ୍ଟି ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (FMDP)ର ଶୁଭାରମ୍ଭ କରାଯାଇଥିଲା। ଏହାର ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଅହମଦାବାଦସ୍ଥିତ ଏଣ୍ଟରପ୍ରେନ୍ୟୁରସିପ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (EDII)ରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ମନୋନୀତ ୪୦ ଜଣ ଅଧ୍ୟାପକଙ୍କ ମଧ୍ୟରେ ନୟାଗଡ଼ ମଡେଲ୍ ଡିଗ୍ରୀ କଲେଜର ନୃତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅପରାଜିତା ମିଶ୍ର ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି । ଏହି ପ୍ରଶିକ୍ଷଣରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ନବସୃଜନ, ଉଦ୍ୟମିତା ବିକାଶ ଓ ଶିକ୍ଷାନୁଷ୍ଠାନରେ ଉଦ୍ୟୋଗୀ ପରିବେଶ ସୃଷ୍ଟି ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ…
Read More