ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ କଲେ ମାଇଁ ଭାରତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଓ ସେବା ଉତ୍ସବ ସମିତି, ନୟାଗଡ଼ ଆନୁକୁଲ୍ୟରେ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ମୁଖ୍ଯ ଅତିଥି ଭାବେ ମେରା ଯୁବ ଭାରତ ନୟାଗଡ଼ ର ଅଧିକାରୀ ସାହିଲ କୁମାର କୁଣ୍ଡୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପ୍ରଧାନ ଓ ସେବା ଉତ୍ସବ ସମିତି ର ଅଧ୍ଯକ୍ଷ ଶିବରାମ ମହାପାତ୍ର ଯୋଗଦେଇ…

Read More

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦର୍ପନାରାୟଣପୁରରେ ଅନ୍ତର୍ଜାତୀୟ ଜରା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଅନ୍ତର୍ଜାତୀୟ ଜରା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ବୃଦ୍ଧ, ବୃଦ୍ଧା ଓ ମଧ୍ୟବୟସ୍କ ନାଗରିକ ଉପସ୍ଥିତ ଥିଲେ।ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସସ୍ମିତା ରାଉତ ବୃଦ୍ଧ ବୃଦ୍ଧାଙ୍କ ଯତ୍ନ ଓ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରିବାରରେ ଥିବା ବୟସ୍କ ବାପା-ମାଆଙ୍କ ଦାୟିତ୍ୱ ନେବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ। ଏହି ଅବସରରେ ଆୟୁଷ ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ସୁବିଧା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ରକ୍ତଚାପ, ରକ୍ତଶର୍କରା, ଆଣ୍ଠୁଗଣ୍ଠି ବିନ୍ଧା, ନିଦ୍ରାହୀନତା ଆଦି ବୟସଜନିତ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରୁ ମାଗଣାରେ…

Read More

ବିଳମ୍ବରେ ଆସିଲେ କଲେଜ ଗେଟ୍‌ରେ ତାଲା!

ପାଠପଢ଼ାରୁ ବଞ୍ଚିତ ହେଉଥିବା ଅଭିଯୋଗ, ଶୌଚାଳୟ ଓ ପାଣି ସମସ୍ୟା ନେଇ ବି ଅସନ୍ତୋଷ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏକ ନିୟମକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ଆସିବାରେ ମାତ୍ର କିଛି ମିନିଟ୍ ବିଳମ୍ବ ହେଲେ ମୁଖ୍ୟ ଫାଟକ ବନ୍ଦ କରାଯାଉଥିବା ଏବଂ ଛାତ୍ରୀମାନଙ୍କୁ ଗେଟ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ସକାଳର ପ୍ରଥମ କ୍ଲାସ୍ ଆରମ୍ଭ ହେବା ପରେ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦିଆଯାଉଛି। ଫଳରେ କୌଣସି କାରଣରୁ ପ୍ରାୟ ୧୦ ମିନିଟ୍ ବିଳମ୍ବରେ କଲେଜରେ ପହଞ୍ଚୁଥିବା ଛାତ୍ରୀମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ କରିବାର ସୁଯୋଗ ମିଳୁନାହିଁ। ଏପରିକି ସେଦିନ ପାଠପଢ଼ାରେ ସାମିଲ ହେବାରୁ ସେମାନେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଛାତ୍ରୀମାନଙ୍କ କହିବା କଥା,…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ରଣଜିତ୍ ଦାସ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସହିଦ୍ କଷ୍ଟି ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ। ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ଦାସ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଆଜିର ପ୍ରାର୍ଥନା କାଳାଂଶରେ ସମସ୍ତ ଗୁରୁଜୀ…

Read More

ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁରସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମିତି ଓ ସମର୍ପଣ ମିଳିତ ଆନୁକୂଲ୍ୟରେ ସମର୍ପଣ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସଭାପତିତ୍ୱ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବିରଞ୍ଚିନାରାୟଣ ଦାସ ଯୋଗଦେଇଥିଲେ। ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ ମାନେ ଅଲୋଡା ନୁହଁନ୍ତି, ବରଂ ସେମାନଙ୍କ ଅନୁଭୂତି ଓ ଅନୁଭବ ଅନ୍ୟ ମାନଙ୍କୁ ସୁନ୍ଦର ଜୀବନ ଯାପନ କରିବାର ମାର୍ଗ ଦର୍ଶନ କରିଥାଏ ବୋଲି ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଂପାଦକ ଶ୍ରୀଧର ସାହୁ ସ୍ବାଗତ…

Read More