ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦୦ରୁ ଉର୍ଦ୍ଧ୍ବ ଅଣସ୍ୱୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିବା ବେଳେ ସେହି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଯଦି ପଢ଼ୁଥିବେ ତେବେ ହୋଇଯାନ୍ତୁ ସାବଧାନ। କାରଣ ସେହି ଶିକ୍ଷାନୁଷ୍ଠାନରୁ ଆପଣ ପାଇଥିବା ସାର୍ଟିଫିକେଟର ମୂଲ୍ୟ କିଛି ନାହିଁ। ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ସଚେତନ କରିବା ପାଇଁ ଆଜି ନୟାଗଡ଼ ଜିଲ୍ଲା କମ୍ପୁଟର ଶିକ୍ଷାନୁଷ୍ଠାନ ସଙ୍ଘ ତରଫରୁ ନୟାଗଡ଼ ସହର ତ୍ରିନାଥ ଛକସ୍ଥିତ “ସତ୍ୟମ କମ୍ପ୍ୟୁଟର” ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।
କମ୍ପ୍ୟୁଟର ଶିଖୁଥିଲେ ଛାତ୍ରଛାତ୍ରୀ ହୋଇଯାନ୍ତୁ ସାଵଧାନ। ଶୁଣନ୍ତୁ କଣ କହୁଛନ୍ତି ଜିଲ୍ଲା ସଭାପତି
