ଧନୁର୍ଜୟପୁରରେ କରୋନା ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,(୦୩/୦୮):- ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମ ପଞ୍ଚାୟତର ଧନୁର୍ଜୟପୁର ଗାଁ କଲ୍ୟାଣ ସମିତି ତରଫରୁ ଧନୁର୍ଜୟପୁର ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ତଥା ସମାଜସେବୀ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଧନୁର୍ଜୟପୁରର ଶିକ୍ଷୟିତ୍ରୀ ଦମୟନ୍ତୀ ପାତ୍ର ସମ୍ମାନିତ ଅତିଥି ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ଧରିତ୍ରୀ ପଣ୍ଡା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଞ୍ଜନ କୁମାର ନାହାକ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଗ୍ରାମ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରି ଜନସଚେତନତା ରାଲି ଆରମ୍ଭ କରାଯାଇଥିଲା। ଏଥିରେ ଉକ୍ତ ଗ୍ରାମର ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼, ସ୍ଲୋଗାନ ଏବଂ ଲିଫ୍ ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ। ସମସ୍ତଙ୍କ ଘରକୁ ଦୁଇଟି ମାସ୍କ ସହିତ ଗୋଟିଏ ଲେଖାଏଁ ସାବୁନ ବଣ୍ଟନ କରାଯାଇଥିଲା। ଗ୍ରାମ ମଝିରେ ମଝିରେ ଆଶାକର୍ମୀ ଶାନ୍ତିଲତା ଦୋରାଙ୍କ ଦ୍ୱାରା ହାତଧୋଇବାରର ବିଭିନ୍ନ କୌଶଳ ଶିକ୍ଷା ଦିଆଯାଉଥିଲା। ଏହି କାର୍ଯ୍ୟକ୍ରମକୁ ଅଙ୍ଗନବାଡି କୁନି ନାୟକ ପରିଚାଳନା କରିଥିଲେ।

Related posts