ହଳ କରିବା ବେଳେ କୃଷକଙ୍କ ମୃତ୍ୟୁ

ଓଡ଼ଗାଁ,(୦୨/୦୮):- ଜମିରେ ହଳ କରିବା ବେଳେ ଅସାବଧାନତା ବଶତଃ ଜମି ଭିତରେ ଥିବା ଏକ ପାଣିଟାପୁରେ ପଡ଼ିଯିବାରୁ ଜଣେ କୃଷକ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ଆଜି ସକାଳ ୯ଟାରେ ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଗୁଆନ୍ଦ ହରିଜନ ସାହିର ଦେବରାଜ ନାୟକଙ୍କ ପୁଅ ପ୍ରମୋଦ ନାୟକ(୪୫)ବାଣୁଆସାହି କ୍ଷେତରେ ହଳ କରୁଥିବା ବେଳେ ବଳଦମାନେ କୌଣସି କାରଣ ବଶତଃ ପ୍ରମୋଦଙ୍କୁ ଭିଡ଼ିନେଇଥିଲେ। ଫଳରେ ବିଲ ମଝିରେ ଥିବା ଏକ ପାଣି ଟାପୁରେ ବୁଡିଯାଇ ତାଙ୍କର ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଓଡ଼ଗାଁ ମେଡିକାଲରେ ଶବ ବ୍ୟବଛେଦପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଓଡ଼ଗାଁ ପୋଲିସ ୧୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଥିବା ଜଣାପଡ଼ିଛି। ତେବେ ପ୍ରମୋଦଙ୍କ ଅସ୍ୱାଭାବିକ ମୃତ୍ୟୁରେ ସ୍ତ୍ରୀ ଲକ୍ଷ୍ମୀ, ୮ବର୍ଷ ଓ ୬ବର୍ଷର ଦୁଇଟି ପୁଅ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Related posts