ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁନର୍ଗଠିତ

ନୟାଗଡ଼,(୦୩/୦୮):- ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶରେ ଜୁଲାଇ ୩୦ତାରିଖରେ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁର୍ନଗଠନ ହୋଇଛି । ଏହାର କାର୍ଯ୍ୟକାଳ ୩ବର୍ଷ ପାଇଁ ରହିବ ବୋଲି ପ୍ରତସଂଖ୍ୟା ୨୯୯୫୦ରେ ଜଣାଯାଇଛି। ନୂତନ ପରିଚାଳନା କମିଟି ସଭାପତିଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁରେଶ ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ରହିଥିବାବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନଜୀବୀ ଦାଶରଥି ସାହୁ, ରାଜେନ୍ଦ୍ର କୁମାର ସାମନ୍ତରାୟ, ସୈାଦାମିନି ସ୍ୱାଇଁ, ଏମ୍. ଆଉରଙ୍ଗଜେବଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଶେଖର ପଟ୍ଟନାୟକ, ଶିବ ପ୍ରସାଦ ଦାଶ, ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ, ପ୍ରଫେସର ପି.କେ ହୋତା ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ୟୁଜିସି ଏବଂ ଡିପିଆଇଙ୍କ ପକ୍ଷରୁ ଆଉ ୨ଜଣ ସଭ୍ୟ ମନୋନୀତ ହେଲେ ପୂର୍ଣ୍ଣାଙ୍ଗ ପରିଚାଳନା କମିଟି ସଭ୍ୟ ସଂଖ୍ୟା ୧୨ରେ ପହଞ୍ଚିବ ବୋଲି ଜଣାଯାଇଛି ।

Related posts