ନୋତର ଏବଂ ଜହ୍ନିପଦା ପଞ୍ଚାୟତରେ ମନ୍ତ୍ରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ନୟାଗଡ଼,(୦୮/୦୮):- ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକ ନୋତର ଏବଂ ଜହ୍ନିପଦା (ଶରଣକୁଳ) ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗାଁ ଲୋକଙ୍କ ସହ ହୋଇଥିବା କାମ ସମ୍ପର୍କରେ ଆଲୋଚନା କରିବା ସହ ରହିଥିବା ସମସ୍ୟାର ତାଲିକା ପ୍ରସ୍ତୁତ ହୋଇଛି । ଗ୍ରାମର ମୁରବୀମାନେ ଗାଁର ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଗାଁ ବିକାଶ ପାଇଁ ରହିଥିବା ଆବଶ୍ୟକତା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର ଏବଂ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

Related posts