ନୟାଗଡ଼,(୦୮/୦୮):- ନୟାଗଡ଼ ସହରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ ଏଲଡରସ ଭିନନ ଆଣ୍ଡ ଆକ୍ସନ ଗ୍ରୁପର କର୍ମକର୍ତ୍ତା ଚୟନ ଶେଷ ହୋଇଯାଇଛି । ନୂତନ କର୍ମକର୍ତ୍ତାମାନେ ଦୁଇ ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଅମୂଲ୍ୟ କୁମାର ମହାନ୍ତି ସଭାପତି, ହରିହର ମିଶ୍ର ଉପସଭାପତି, ଗୋପାଳଚନ୍ଦ୍ର ନାୟକ ସଂପାଦକ, କୃପାସିନ୍ଧୁ ପଣ୍ଡା କୋଷାଧ୍ୟକ୍ଷଙ୍କ ସମେତ ୭ଜଣ ଉପଦେଷ୍ଟା ଏବଂ ୯ଜଣ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି। ଏହି ଅବସରରେ ବରିଷ୍ଠ ନାଗରିକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ବୈଠକରେ ମାନ୍ୟବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକ ମଞ୍ଚର ଉପଦେଷ୍ଟା ବିଶ୍ୱନାଥ ନାୟକ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଦୁର୍ଯ୍ୟୋଧନ ସାହୁ ନୂତନ କର୍ମକର୍ତ୍ତାଙ୍କୁ ସହଯୋଗର ହାତ ବଢ଼ାଇବା ସଙ୍ଗେ ସଙ୍ଗେ ମିଳିତ ଭାବେ ବରିଷ୍ଠ ନାଗରିକ ମାନଙ୍କୁ ଏକତ୍ର କରାଇ ମଞ୍ଚକୁ ଆଗାମୀ ଦିନରେ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ସଭାପତି କୁବେର ସାହୁ ସଭାରେ ସଭାପତିତ୍ୱ କରିଥିବା ବେଳେ ନୂତନ ସଂପାଦକ ଗୋପାଳ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ
January 31, 2025 Jajati Comments Off on ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ...