ସମ୍ବାଦ ପ୍ରତିନିଧି ତଥା ଶିଶୁ ସାହିତ୍ୟିକ ହୄଦୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ଚାରଣ

ଓଡ଼ଗାଁ,(୦୨/୦୮):- ସମ୍ବାଦ ସାହିତ୍ୟଘର ତରଫରୁ ଓଡ଼ଗାଁ ବ୍ଲକର ତତ୍କାଳୀନ ଜନପ୍ରିୟ ସମ୍ବାଦ ପ୍ରତିନିଧି ତଥା ଶିଶୁ ସାହିତ୍ୟିକ ହୄଦୟ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କର ଓଡ଼ଗାଁ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ, ବରିଷ୍ଠ କବି ଲୋକନାଥ ମିଶ୍ର, ଶରତଚନ୍ଦ୍ର ଷଡ଼ଙ୍ଗୀ, ମନୋଜ କୁମାର ନାୟକ, ତ୍ରିଲୋଚନ ସାମନ୍ତରା, ପ୍ରଭାତି ପଟ୍ଟନାୟକ, ରାଜୀବ ଲୋଚନ ବରାଡ଼, ସୁଦୀପ୍ତ କୁମାର ଦଳେଇଙ୍କ ସମେତ ସ୍ୱର୍ଗତ ହୄଦୟଙ୍କ ପରିବାର ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏ ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ କବିତା ମାଧ୍ୟମରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ଯୁବକବି ଯଶୋବନ୍ତ ପଟ୍ଟନାୟକ ଓ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର ସଂପୂର୍ଣ୍ଣ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ କବି ପ୍ରହଲ୍ଲାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts