ନୟାଗଡ଼/ଓଡ଼ଗାଁ,(୦୨/୦୮):- କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ, ସମସ୍ତଙ୍କୁ ମାଗଣା କରୋନା ଟିକାକରଣ, ପର୍ୟ୍ୟାପ୍ତ ନିଯୁକ୍ତି ଯୋଜନା, ଗରିବଙ୍କୁ ମାଗଣା ଖାଦ୍ୟ ଯୋଗାଣ, ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବା ସହିତ ନୟାଗଡ଼ ଚିନିକଳ ଚାଲୁ କରିବା ଓ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ୟ୍ୟକାରୀ କରିବା ଇତ୍ୟାଦି ଦାବିରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ନୟାଗଡ଼ରେ ହେବାକୁ ଥିବା ଗଣ ଆଇନ ଅମାନ୍ୟକୁ ସଫଳ କରିବା ପାଇଁ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ ନୟାଗଡ଼ ଓ ଓଡ଼ଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଗ୍ରାମ ସଭାମାନ ସଂଗଠିତ କରୁଛନ୍ତି । ଦରଦାମ ବୃଦ୍ଧିରେ ଜର୍ଜରିତ ସାଧାରଣ ଲୋକ କରୋନା ଜନୀତ ଅସ୍ୱାଭାବିକ ବିକଳ ପରିସ୍ଥିତିକୁ ମୁକାବିଲା କରୁଥିବା ବେଳେ କେନ୍ଦ୍ର ସରକାରର ବିଭିନ୍ନ ଶ୍ରମିକ କୃଷକ ବିରୋଧୀ ପଦକ୍ଷେପ ଜନଜୀବନକୁ ଆହୁରି ଦୁର୍ବିସହ କରୁଥିବାରୁ ଏହାର ମୁକାବିଲା ସଂଗ୍ରାମ ଅତି ଜରୁରୀ ହୋଇ ପଡିଛି ବୋଲି ନେତୃତ୍ୱମାନେ ପ୍ରକାଶ କରିଛନ୍ତି ।
କ୍ରାନ୍ତି ଦିବସରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ସଜବାଜ
