ସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଵୃକ୍ଷରୋପଣ

ଓଡ଼ଗାଁ,(୦୮/୦୮):- ଓଡ଼ଗାଁ ବଳଭଦ୍ରପୁର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ସବୁଜ ବିପ୍ଳବ ଅଭିଯାନ-୨୦୨୧ କାର୍ଯ୍ୟକ୍ରମ ଜରିଆରେ ପରିବେଶ ସୁରକ୍ଷା ନିମନ୍ତେ ଓଡଗାଁ ବ୍ଲକ ଅନ୍ତର୍ଗତ ଭାଲିଆଡିହି ଗ୍ରାମରେ ଶତାଧିକ ବୃକ୍ଷ ଚାରା ବଣ୍ଟନ କରାଯିବା ସହିତ ଗାଁ ପୋଖରୀ ହୁଡାରେ ଅନେକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅନୁଷ୍ଠାନର ସକ୍ରିୟ ସଭ୍ୟ ସତ୍ୟବାଦୀ ସ୍ବାଇଁ, ପ୍ରକାଶ କୁମାର ସାହୁ, ଭାସ୍କର ପ୍ରଧାନ, ଦୟାନିଧି ପ୍ରଧାନ, ଅଗାଧୁ ଦାଶ,ନାରାୟଣ ଭାଇ, ଭାବଗ୍ରାହୀ ମହାପାତ୍ର, କୈଳାଶ ବେହେରା, ଫୁକୁ ଭାଇ, ସ୍ନିଗ୍ଧାରାଣୀ ପଟ୍ଟନାୟକ, ସ୍ନେହଲତା ଭୂୟାଁ, ମାଳତି ନାୟକ, ମହାଲକ୍ଷ୍ମୀ ପଣ୍ଡା, ଟୁଲୁ ଭାଇ ପ୍ରମୁଖ ସହଯୋଗ କରିଥିଲେ ।

Related posts