ବ୍ୟବସାୟୀଙ୍କୁ ତାଗିଦ କଲେ ତହସିଲଦାର: ସାମାଜିକ ଦୂରତା ଏବଂ ମାକ୍ସ ଉପରେ ଦେଲେ ଗୁରୁତ୍ୱ

ଓଡ଼ଗାଁ: ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କୁ ଆଜି ତାଗିଦ କରିଛନ୍ତି ତହସିଲଦାର ବିଜୟିତା ସାମନ୍ତସିଂହାର ।ଏନେଇ ତହସିଲ କାର୍ଯ୍ୟାଳୟଠାରେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳ ୮ସୁଦ୍ଧା ସମସ୍ତ ହୋଲସେଲର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ଓ ଖୁଚୁରା ବ୍ୟବସାୟୀମାନେ ଦିନ୧୨ଟା ସୁଦ୍ଧା ଦୋକାନ ବନ୍ଦକରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନିଜନିଜ ଦୋକାନ ସମ୍ମୁଖରେ ବାଉଁଶତିଆରି ବ୍ୟାରିକେଡ ସମେତ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସବୁ ନିୟମରେ ଯଦି ବ୍ୟତିକ୍ରମ ହେଲେ ଅମାନିଆ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।ଆଜିର କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସମସ୍ତ ବ୍ୟବସାୟିକ…

Read More

ବନୀକରଣ ନାମରେ ମାଲାମାଲ୍ ହେଉଛନ୍ତି ବନକର୍ମଚାରୀ

ଦଶପଲ୍ଲା: ଦିନକୁ ଦିନ ଜଙ୍ଗଲ କ୍ଷୟକୁ ନେଇ ରାଜ୍ୟରେ ବାୟୁ ମଣ୍ଡଳ ଦୂଷିତ ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇ ଚାଲିଛି । ହେଲେ ଏହାକୁ ଦୃଷ୍ଟିରେ ରଖି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ପ୍ରତିବର୍ଷ ଯେଉଁ ଅନୁପାତରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି ତାହା ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି । କିଛି ଅସାଧୁ ବନକର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସରକାରଙ୍କୁ ଏହି ବଦନାମର ବୋଝ ମୁଣ୍ଡାଇବାକୁ ପଡୁଛି । ଯାହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ବନଖଣ୍ଡ ଅଧିନସ୍ଥ ଦଶପଲ୍ଲା ବନାଚଂଳରେ । କୈାଣସି ଉପାନ୍ତ ଅଂଚଳ ନୁହେଁ, ଖୋଦ୍ ସଦର ସେକ୍ସନ ଅଂଚଳର ବିଭିନ୍ନ ସ୍ଥାନରେ ହୋଇଥିବା ବନୀକରଣ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଏହାର ରକ୍ଷଣାବେକ୍ଷଣ ବାବଦକୁ ପ୍ରତି ବର୍ଷ…

Read More

ସୁସ୍ଥତାର ସୂତ୍ର: ଆକ୍ବାଯୋଗ

ହଜାର ହଜାର ବର୍ଷ ତଳେ ମୁନିଋଷିମାନେ ନିୟମିତ ଯୋଗାଭ୍ୟାସ କରି ହିଁ ଦୀର୍ଘାୟୁ ହୋଇପାରୁଥିଲେ ବୋଲି ବିଶେଷଜ୍ଞମାନେ ବିଭିନ୍ନ ପରୀକ୍ଷା କରି ପ୍ରମାଣିତ କରିଛନ୍ତି । ଏବର ସମସୟରେ କିନ୍ତୁ ଲୋକେ ଏଇ ସରଳ ପ୍ରଣାଳୀକୁ ନ ଆପଣେଇ ଭିନ୍ନ ଉପାୟରେ ସୁସ୍ଥତା ଓ ଦୀର୍ଘାୟୁର ସୂତ୍ର ଖୋଜୁଛନ୍ତି । ସେସମୟରେ ଲୋକେ ପଣିରେ ମଧ୍ୟ ଯୋଗ କରୁଥିଲେ, ଯାହା ବର୍ତ୍ତମାନ ସମୟରେ ‘ ନାମରେ ‘ଆକ୍ୱା ଯୋଗ’ ନାମରେ ଜଣାଯାଉଛି । ଆମେରିକୀୟ ବିଶେଷଜ୍ଞଙ୍କ ମତରେ ହଜାରହଜାର ବର୍ଷ ତଳେ ଭାରତୀୟ ତପସ୍ୱୀମାନେ ନିଜ ଶକ୍ତି ବଳରେ ପୁଷ୍କରିଣୀ ଅବା ନଦୀ ପାଣିରେ ଅଧା ବୁଡ଼ି ଏଇ ଆକ୍ୱା ଯୋଗ କରୁଥିବାର ଦେଖାଯାଉଛି । ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଏଇ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଦକ୍ଷ ପ୍ରଶିକ୍ଷକଙ୍କ ଦୃଷ୍ଟିରେ ଗତ କିଛି…

Read More

ନିହାତି ଜାଣିବା କଥା, ପଢନ୍ତୁ ଥରେ

ଆସନ୍ତୁ ଜାଣିବା୧. ପେସ୍ତାବାଦାମକୁ ସହଜରେ ଚୋପାଛଡାଇବା ପାଇଁ ତା’କୁ ୧୫-୨୦ ମିନିଟ୍ ଗରମ ପାଣିରେ ରଖନ୍ତୁ । ତା ପରେ ତାକୁ ଆେସ୍ତେ ଆସ୍ତେ କରି ଦଳିଦେଲେ ଚୋପା ବାହାରିଯିବ ।୨. କୌଣସି ଖାଦ୍ୟ ରାନ୍ଧିବାବେଳେ ପୋଡିଗଲେ ପୋଡାଗନ୍ଧ ନ ରହିବାପାଇଁ ସେଥିରେ ପ୍ରଥମେ କଟା ପିଆଜ ରଖନ୍ତୁ, ତା ପରେ ସେଥିରେ ଗରମ ପାଣି ପୁରାନ୍ତୁ । ଦଶ ପନ୍ଦର ମିନିଟପରେ ତାକୁ ନିୟମିତ ଶୈଳୀରେ ସଫାକରନ୍ତୁ ।୩ . କଟା ହୋଇଥିବା ସେଓକୁ ସାଙ୍ଗେସାଙ୍ଗେ ନ ଖାଇ ରଖିଦେଲେ ସେଥିରେ ଗୋଟେ ରଙ୍ଗ ପଡିଯାଏ ।ସେଥିପାଇଁ କଟା ଅଂଶରେ ଲେମ୍ବୁରସ ଲଗେଇ ଦିଅନ୍ତୁ, ସେଓ ବେଶ୍ କିଛି ଘଣ୍ଟା ପର୍ଯ୍ୟନ୍ତ ଭଲରହିବ ।୪ . ଡବା ଭିତରେ ତଳେ ବ୍ଳଟିଂ ପେପର୍ ରଖି ତା’ ଉପରେ ବିସ୍କୁଟ୍ ରଖିଲେ, ବିସ୍କୁଟ ଅନେକ ଦିନ ପର୍ଯ୍ୟନ୍ତ…

Read More

The Dusk of Dreams

Prof. Umesh Chandra Mahapatra was born on 1st April 1950 in a remote village named as Binayakpur Sasan in a middle class family in the state of Odisha in the Present District of Nayagarh. His Father Late Pandit Mahadeb Mahapatra was a sanskrit teacher who always inspired his son to be a teacher. He has completed his primary and secondary educations in the village school and became a Graduate from Nayagarh Autonomous College, Nayagarh, and M.Phil. Degree from Merut University. Then the joined as a Political Science Lecture in Sarankul…

Read More

ନୟାଗଡ଼ରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାପାଇଁ ଦାବୀ

କୃଷିମନ୍ତ୍ରୀ ଥିବା ସମୟରେ ଖୋଲି ଦିଅନ୍ତୁ ଏକ କୃଷି ମହାବିଦ୍ୟାଳୟ ନୟାଗଡ଼:- ନୟାଗଡ଼ରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସାଧାରଣରେ ଦାବି ହେଉଛି । ଏଠାରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଅନେକ ପ୍ରାସଙ୍ଗିକତା ରହିଛି । ଉଲ୍ଲେଖନୀୟ ଯେ ଏଠାରେ ରାଜ୍ୟର ପ୍ରଥମ ଡାଲି ଗବେଷଣା କେନ୍ଦ୍ର ସହର ମଧ୍ୟରେ ରହିଥିବାବେଳେ ଅନୁରୂପ ଭାବେ ରାଜ୍ୟର ପ୍ରଥମ ଆଖୁ ଗବେଷଣା କେନ୍ଦ୍ର ବାଲୁଗାଁ ପଞ୍ଚାୟତ ପାଣିପୋଇଲାଠାରେ ରହିଛି । ଡାଲି ଗବେଷଣା କେନ୍ଦ୍ରର ପୂର୍ବରୁ ୩୯ଏକର ଜମି ରହିଥିଲା । ଏବେ ସେଥିମଧ୍ୟରୁ ୧୯ଏକର ଡାଲି ଗବେଷଣା କେନ୍ଦ୍ର ଅଧିନରେ ଥିଲାବେଳେ ଅବିଶିଷ୍ଟ ୨୦ଏକର ଜମିରେ କୃଷି, ଉଦ୍ୟାନ ଏବଂ ମୂତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଅଫିସ ଚାଲିଛି । ତେଣୁ ଏଠାରେ ଥିବା ସମୁଦାୟ ୩୯ଏକର ଜମି କୃଷି ମହାବିଦ୍ୟାଳୟ ଖୋଲିବା…

Read More

ମୋବାଇଲ୍ ଯନ୍ତ୍ର

ମାନସ ରଞ୍ଜନ ନାୟକଭାଇରେ ଏ କି ଯୁଗ ହେଲା,ମୋବାଇଲି ଯନ୍ତ୍ର କାହୁଁ ଅଇଲା!ପିଲାଠାରୁ ବୁଢା ପୁରୁଷଠୁ ନାରୀଭେଣ୍ଡିଆ ଟୋକାଙ୍କୁ ପାଗଳ କଲା ।ା ଘୋଷା ।ାସବୁ ଏବେ ହୋଇଛି ପରମୋବାଇଲି ଏକା ନିଜରଶୋଇଲେ, ବସିଲେ, ଝାଡାପ୍ରସା ଗଲେପାଖୁ ଛାଡନ୍ତିନି ଆଜିକା ପିଲା ।ା୧।।ଇୟର୍‌୍‌କର୍ଡ କାନରେ ମାଡିଗଫିଗଫି ଚଲାନ୍ତି ଗାଡିଲକ୍ଷ୍ୟଭ୍ରଷ୍ଟ ହୋଇ ଆକ୍ସିଡେଂଟ କରିଭିଆଣ କରନ୍ତି ତୁଛା ଝାମେଲା ।ା୨।।ସ୍କୁଲ୍ କଲେଜ ଛାତ୍ରଛାତ୍ରୀସୁବିଧାରେ ପାଇଲେ ସାଥୀରାତିରେ ନଶୋଇ ଚାଟିଂ କରନ୍ତିପାଠପଢା ତାଙ୍କ ଚୁଲିକି ଗଲା ।ା୩।।ନୂଆ ବୋହୂ କୋଣରେ ରହି ପୂର୍ବ ସ୍ମୃତି ମନେ ପକାଇପୂରୁଣା ପ୍ରେମିକ ସାଥେ ଗଫୁଗଫୁସୁବିଧା ଦେଖିକି ଛୁ.. ମାରିଲା ।ା୪।।କାଲି ଜନ୍ମ ହୋଇବା ଛୁଆ କାନ୍ଦଇ ଯେବେ କୁଆଁକୁଆଁମା କ୍ଷୀର ଦେଲେ ତୁନି ହୁଏ ନାହିଁମୋବାଇଲି ଶୁଣି ଶୁଅଇ ଭଲା ।ା୫।।ଯନ୍ତ୍ର ନୁହେଁ ଜାଲଟେ ଏତ ବିଛାଇଛି ସାରା ଜଗତଗୋଟିଏ ଜାଲରେ ସଭିଙ୍କୁ…

Read More

ବାର୍ଷଭାନବୀ

ବାର୍ଷଭାନବୀ କବି ପ୍ରଧାନ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ (ସଂସ୍କୃତ ଭୂଷଣ) କଟକ ଜିଲ୍ଲା ନରସିଂହପୁର ଅଢ଼େଇଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଗ୍ରାମରେ ଜନ୍ମ । ବର୍ତ୍ତମାନ ତାଙ୍କର ବାସସ୍ଥାନ, ନୟାଗଡ଼ ଜିଲ୍ଲାର ଇଟାମାଟି । ଛାତ୍ରଜୀବନରେ କବି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ସଂସ୍କୃତ ପ୍ରତିଯୋଗିତାରେ ସ୍ୱର୍ଣ୍ଣଦକପ୍ରାପ୍ତ । ସେ ଏକାଧାରରେ ଜଣେ କବି, ପଣ୍ଡିତ, ଅନୁବାଦକ, ଗାଳ୍ପିକ, ନାଟ୍ୟକାର, ବକ୍ତା, ପ୍ରବଚକ ଓ ସମାଲୋଚକଭାବେ ପରିଚିତ । ବ୍ୟଙ୍ଗକବିତା ରଚନାକରି ସେ ‘ବ୍ୟଙ୍ଗବାଗୀଶ’ ଉପାଧ୍ରିାପ୍ତ । ସଂସ୍କୃତ ଭାଷାର ସେ ଜଣେ ଉଚ୍ଚକୋଟିର ବାଗ୍ମୀ । ରଣପୁର ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁଲୋକଭାଷା ପ୍ରଚାର ପରିପ୍ରେକ୍ଷୀରେ କବି “ସଂସ୍କୃତ ଭୂଷଣ” ଉପାଧିରେ ଭୂଷିତ । “ସଂସ୍କୃତ କବି”ଭାବରେ କବିଙ୍କର ଅନେକ ଶ୍ଳୋକ, ଗଳ୍ପ, ନାଟକ ଆଦି ଦିଗ୍‌ଦର୍ଶିନୀ, ପ୍ରିୟମ୍ବଦା, ଲୋକସୁଶ୍ରୀ ଆଦି ସଂସ୍କୃତ ପତ୍ରିକାମାନଙ୍କରେ ପ୍ରକାଶିତ…

Read More

ସମୟର ଡାକ

ସୁଶ୍ରୀ ରଚିତା ପରିଡ଼ା ଜଣେ ଯୁବ ଲେଖିକା ଓ କବୀ । ସେ ନୟାଗଡ଼ ଜିଲ୍ଲା ନୂଆଗାଁରେ ୧୯୯୯ ମସିହା ମାର୍ଚ୍ଚମାସ ୧୫ତାରିଖରେ ଶ୍ରୀଯୁକ୍ତ ଚିତ୍ତରଂଜନ ପରିଡ଼ା ଓ ଶ୍ରୀମତୀ ସାଗରିକା ପରିଡ଼ାଙ୍କ କୋଳମଣ୍ଡନ କରନ୍ତି । ସେ ଗୀତିକବିତା, ପ୍ରବନ୍ଧ ଓ ଗଳ୍ପ ରଚନା କ୍ଷେତ୍ରରେ ଜଣେ ଅନନ୍ୟ ପ୍ରତିଭୂ । ଭାବଭାବନାର ବେଳାଭୂମିରେ ଠିଆହୋଇ ସେ ଦେଖିଛନ୍ତି ଜୀବନର ଚୌହଦୀଭିତରେ ସମାଜରେ ଘଟିଚାଲିଥିବା ଘଟଣାକୁ । ଲେଖିଛନ୍ତି ଓ ଦେଖେଇଛନ୍ତି ଅନନ୍ୟ ଅନୁଭବକୁ ସୃଜନର କାନ୍‌ଭାସରେ । ବୟସ କମ୍ ହୋଇଥିଲେ ମଧ୍ୟ ରଚିତାଙ୍କ ରଚନାଶୈଳୀ ଜୀବନଧର୍ମୀ ଓ ମାଟିମନସ୍କତାରେ ଭରପୁର । ସେ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସମୟରୁ କବିତା, ଗଳ୍ପ ଲେଖାରେ ମନୋନିବେଶ କରନ୍ତି । ତାଙ୍କ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣାବଳୀକୁ ସେ ଗଳ୍ପ ଓ କବିତା ମାଧ୍ୟମରେ ପରିସ୍ଫୁଟନ କରନ୍ତି…

Read More

ସେଇ ଦରପୋଡ଼ା କାଠ

ପଙ୍କରୁ କମଳ ଏବଂ ଶୁକ୍ତିରୁ ମୌକ୍ତିକ ଉଦ୍ଭବ ହେଲାଭଳି ନୟାଗଡ଼ ଜିଲ୍ଲା, ଓଡ଼ଗାଁ ମଣ୍ଡଳ ଅନ୍ତର୍ଭୁକ୍ତ ଦଣ୍ଡୋର ଭଳି ଏକ ଅଖ୍ୟାତ ପଲ୍ଲୀରେ ୧୯୭୮ମସିହା ଜୁନ୫ତାରିଖରେ ପିତା ଶ୍ରୀଯୁକ୍ତ ସୁବାସ ବିଶୋଇ ଓ ମାତା ରତନି ବିଶୋଇଙ୍କ କୋଳମଣ୍ଡନ କରନ୍ତି ଯୁବ ଲେଖକ ଶାନ୍ତନୁ ବିଶୋଇ ।ପରିବାରର ବୋଝ, ଦାରିଦ୍ର‌୍ୟର କଷାଘାତ, ବନ୍ଧୁରମୟ ଜୀବନର ଚଲାପଥ ଅତିକ୍ରାନ୍ତ କରି ସେ ତର୍ଜମା କରିଛନ୍ତି ନିଜର ତଥା ପ୍ରତିବେଶୀମାନଙ୍କର ଜୀବନଶୈଳୀକୁ । ତନ୍ନତନ୍ନ କରି ବିଶ୍ଳେଷଣ କରନ୍ତି ପ୍ରତ୍ୟେକ ଗ୍ରାମୀଣ ମଣିଷ ଜୀବନ ବଞ୍ôଚବାର ରାହାକୁ । ମଧ୍ୟସ୍ଥତା ବିହୀନ ଜୀବନ ଯାତ୍ରାରେ ଗ୍ରାମୀଣ ସଂସ୍କୃତି ଭିତରୁ ଖୋଜି ପାଇଛନ୍ତି ଅନେକ ଘଟଣା, ଅଘଟଣା ଓ ଦୁର୍ଘଟଣା, ଆଉ ତନ୍ମଧ୍ୟରୁ ଖୋଜି ପାଇଛନ୍ତି ଅନେକ ସାକାରାତ୍ମକ ଭାବଧାରା ।ଉକ୍ତ ଭାବଧାରା ପାରିଜାତ ପୁଷ୍ପର ଗୋଟଏି ଗୋଟଏି ସମ୍ମଳି ତି…

Read More