ସୁସ୍ଥତାର ସୂତ୍ର: ଆକ୍ବାଯୋଗ

ହଜାର ହଜାର ବର୍ଷ ତଳେ ମୁନିଋଷିମାନେ ନିୟମିତ ଯୋଗାଭ୍ୟାସ କରି ହିଁ ଦୀର୍ଘାୟୁ ହୋଇପାରୁଥିଲେ ବୋଲି ବିଶେଷଜ୍ଞମାନେ ବିଭିନ୍ନ ପରୀକ୍ଷା କରି ପ୍ରମାଣିତ କରିଛନ୍ତି । ଏବର ସମସୟରେ କିନ୍ତୁ ଲୋକେ ଏଇ ସରଳ ପ୍ରଣାଳୀକୁ ନ ଆପଣେଇ ଭିନ୍ନ ଉପାୟରେ ସୁସ୍ଥତା ଓ ଦୀର୍ଘାୟୁର ସୂତ୍ର ଖୋଜୁଛନ୍ତି । ସେସମୟରେ ଲୋକେ ପଣିରେ ମଧ୍ୟ ଯୋଗ କରୁଥିଲେ, ଯାହା ବର୍ତ୍ତମାନ ସମୟରେ ‘ ନାମରେ ‘ଆକ୍ୱା ଯୋଗ’ ନାମରେ ଜଣାଯାଉଛି । ଆମେରିକୀୟ ବିଶେଷଜ୍ଞଙ୍କ ମତରେ ହଜାରହଜାର ବର୍ଷ ତଳେ ଭାରତୀୟ ତପସ୍ୱୀମାନେ ନିଜ ଶକ୍ତି ବଳରେ ପୁଷ୍କରିଣୀ ଅବା ନଦୀ ପାଣିରେ ଅଧା ବୁଡ଼ି ଏଇ ଆକ୍ୱା ଯୋଗ କରୁଥିବାର ଦେଖାଯାଉଛି । ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଏଇ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଦକ୍ଷ ପ୍ରଶିକ୍ଷକଙ୍କ ଦୃଷ୍ଟିରେ ଗତ କିଛି ବର୍ଷ ତଳେ ଭାରତୀୟ ମହାନଗରୀଗୁଡ଼ିକରେ ଏଇ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ହିତଜକାରୀ । ଦକ୍ଷ ପ୍ରଶିକ୍ଷକଙ୍କ ଦୃଷ୍ଟିରେ ଗତ କିଛି ବର୍ଷ ତଳେ ଭାରତୀୟ ମହାନଗରୀଗୁଡ଼ିକରେ ଏଇ ଆକ୍ୱା ଯୋଗ ପରମ୍ପରା ଆରମ୍ଭ ହୋଇଥିଲା । ଏବେ ବିଦେଶରେ ମଧ୍ୟ ଏହାର ପ୍ରଚାର ଓ ପ୍ରସାର ହେବାରେ ଲାଗିଛି । ଦିଲ୍ଲୀର ନାମକରା ଯୋଗ ପ୍ରଶିକ୍ଷଣ ଦିବାକର ମେହେତାଙ୍କ ମତରେ, ଆକ୍ୱା ଯୋଗ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।
– ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଉଥିବା ଲୋକେ ଏହି ଯୋଗ କରିବା ଦ୍ୱାରା ସେମାନଙ୍କୁ ଆରାମ ମିଳୁଛି ।
– ମନ ଶାନ୍ତି ଲାଗିବା ସହ ଅବସାଦ କମ୍‍ ହେଉଥିବାର ପ୍ରକାଶ ।
– ବିଶେଷଜ୍ଞମାନେ ନଖ ଉଷୁମ ପାଣିରେ ଆକ୍ୱା ଯୋଗ କଲେ ତାହା ଶରୀର ଉପରେ ଉତ୍ତମ ପ୍ରଭାବ ପକାଉଥିବାର କହିଛନ୍ତି ।
– ହଜମ ଭଲ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଏଇ ଯୋଗ କରିବା ଦ୍ୱାରା ଦୂର ହୋଇଥାଏ ।
– ପ୍ରତ୍ୟହ ଆକ୍ୱା ଯୋଗ କଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ୁଥିବାର ଦେଖାଯାଇଛି ।
ଏହା ବାରମ୍ବାର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସୂଚିତ କରାଯାଉଛି ଯେ କେବଳ ଦକ୍ଷ ପ୍ରଶିକ୍ଷକଙ୍କ ଦୃଷ୍ଟିରେ ହିଁ ଆକ୍ୱା ଯୋଗ କରିବା ଉଚିତ । ନଚେତ୍‍ ଏହା ଦ୍ୱାରା ପ୍ରାଣହାନି ହେବାର ଆଶଙ୍କା ରହିଛି ।

Related posts