ନିହାତି ଜାଣିବା କଥା, ପଢନ୍ତୁ ଥରେ

ଆସନ୍ତୁ ଜାଣିବା
୧. ପେସ୍ତାବାଦାମକୁ ସହଜରେ ଚୋପାଛଡାଇବା ପାଇଁ ତା’କୁ ୧୫-୨୦ ମିନିଟ୍ ଗରମ ପାଣିରେ ରଖନ୍ତୁ । ତା ପରେ ତାକୁ ଆେସ୍ତେ ଆସ୍ତେ କରି ଦଳିଦେଲେ ଚୋପା ବାହାରିଯିବ ।
୨. କୌଣସି ଖାଦ୍ୟ ରାନ୍ଧିବାବେଳେ ପୋଡିଗଲେ ପୋଡାଗନ୍ଧ ନ ରହିବାପାଇଁ ସେଥିରେ ପ୍ରଥମେ କଟା ପିଆଜ ରଖନ୍ତୁ, ତା ପରେ ସେଥିରେ ଗରମ ପାଣି ପୁରାନ୍ତୁ । ଦଶ ପନ୍ଦର ମିନିଟପରେ ତାକୁ ନିୟମିତ ଶୈଳୀରେ ସଫାକରନ୍ତୁ ।
୩ . କଟା ହୋଇଥିବା ସେଓକୁ ସାଙ୍ଗେସାଙ୍ଗେ ନ ଖାଇ ରଖିଦେଲେ ସେଥିରେ ଗୋଟେ ରଙ୍ଗ ପଡିଯାଏ ।ସେଥିପାଇଁ କଟା ଅଂଶରେ ଲେମ୍ବୁରସ ଲଗେଇ ଦିଅନ୍ତୁ, ସେଓ ବେଶ୍ କିଛି ଘଣ୍ଟା ପର୍ଯ୍ୟନ୍ତ ଭଲରହିବ ।
୪ . ଡବା ଭିତରେ ତଳେ ବ୍ଳଟିଂ ପେପର୍ ରଖି ତା’ ଉପରେ ବିସ୍କୁଟ୍ ରଖିଲେ, ବିସ୍କୁଟ ଅନେକ ଦିନ ପର୍ଯ୍ୟନ୍ତ ତାଜା ରହିବ ।
୫. ଚିନି ଡବାରେ ତିନିଚାରିଟା ଲବଙ୍ଗ ରଖନ୍ତୁ । ପିମ୍ପୁଡି ଆସିବେନି ।

Related posts