ଦଶପଲ୍ଲା: ଦିନକୁ ଦିନ ଜଙ୍ଗଲ କ୍ଷୟକୁ ନେଇ ରାଜ୍ୟରେ ବାୟୁ ମଣ୍ଡଳ ଦୂଷିତ ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇ ଚାଲିଛି । ହେଲେ ଏହାକୁ ଦୃଷ୍ଟିରେ ରଖି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ପ୍ରତିବର୍ଷ ଯେଉଁ ଅନୁପାତରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି ତାହା ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି । କିଛି ଅସାଧୁ ବନକର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସରକାରଙ୍କୁ ଏହି ବଦନାମର ବୋଝ ମୁଣ୍ଡାଇବାକୁ ପଡୁଛି । ଯାହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ବନଖଣ୍ଡ ଅଧିନସ୍ଥ ଦଶପଲ୍ଲା ବନାଚଂଳରେ । କୈାଣସି ଉପାନ୍ତ ଅଂଚଳ ନୁହେଁ, ଖୋଦ୍ ସଦର ସେକ୍ସନ ଅଂଚଳର ବିଭିନ୍ନ ସ୍ଥାନରେ ହୋଇଥିବା ବନୀକରଣ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଏହାର ରକ୍ଷଣାବେକ୍ଷଣ ବାବଦକୁ ପ୍ରତି ବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଚାଲିଥିବା ବେଳେ କେଉଁଠି ଗୋରଡି ଭାଙ୍ଗି ତଳେ ଗଡୁଛି ତ ପୁଣି କେଉଁଠି ଚାରା ରୋପଣର ଚିହ୍ନବର୍ଣ୍ଣ ହଜି ଗଲାଣି । ସହରୀ ବନୀକରଣ ଯୋଜନାରେ ହୋଇଥିବା ଅନିୟମିତତାକୁ ନେଇ ବନବିଭାଗ ଏବେ ହରଡଗଣାରେ ପଡିଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ଶାଳିଆଗୋଛା ପର୍ଯ୍ୟନ୍ତ କରାଯାଇଥିବା ବନୀକରଣ ଯୋଜନାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ୪କିମି ପର୍ଯ୍ୟନ୍ତ ବନୀକରଣ କରାଯାଇ ବିଭିନ୍ନ ପ୍ରଜାତିର ହଜାର ହଜାର ଚାରା ରୋପଣ କରାଯାଇଥିଲା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବକୁ ନେଇ ଏହି ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି । କେତେକ ସ୍ଥାନରେ ଗୋରଡି ଭାଙ୍ଗି ମାଟିରେ ଗଡୁଥିବା ବେଳେ ଅଧିକାଂଶ ସ୍ଥାନରେ ଚାରା ନଥାଇ ଖାଲି ଗୋରଡି ଖତଖାଇ ଠିଆ ହୋଇ ରହିଛି । ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାୟୀ ଚାରା ରୋପଣ ପରେ ବର୍ଷ ତମାମ୍ କୈାଣସି ବନ କର୍ମଚାରୀ ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଲେ ନାହିଁ । ଯାହାକୁ ନେଇ ଚାରା ଗୁଡିକ ନଷ୍ଟ ହୋଇ ଯାଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।
Related posts
-
ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା... -
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ... -
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
December 14, 2024 Jajati Comments Off on ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲାନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ...