ବ୍ୟବସାୟୀଙ୍କୁ ତାଗିଦ କଲେ ତହସିଲଦାର: ସାମାଜିକ ଦୂରତା ଏବଂ ମାକ୍ସ ଉପରେ ଦେଲେ ଗୁରୁତ୍ୱ

ଓଡ଼ଗାଁ: ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କୁ ଆଜି ତାଗିଦ କରିଛନ୍ତି ତହସିଲଦାର ବିଜୟିତା ସାମନ୍ତସିଂହାର ।ଏନେଇ ତହସିଲ କାର୍ଯ୍ୟାଳୟଠାରେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳ ୮ସୁଦ୍ଧା ସମସ୍ତ ହୋଲସେଲର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ଓ ଖୁଚୁରା ବ୍ୟବସାୟୀମାନେ ଦିନ୧୨ଟା ସୁଦ୍ଧା ଦୋକାନ ବନ୍ଦକରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନିଜନିଜ ଦୋକାନ ସମ୍ମୁଖରେ ବାଉଁଶତିଆରି ବ୍ୟାରିକେଡ ସମେତ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସବୁ ନିୟମରେ ଯଦି ବ୍ୟତିକ୍ରମ ହେଲେ ଅମାନିଆ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।ଆଜିର କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସମସ୍ତ ବ୍ୟବସାୟିକ ଯଥା ମୋଟର ଗ୍ୟାରେଜ, ମେଡିସିନ ଷ୍ଟୋର, ଖୁଚୁରା ଦୋକାନୀଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related posts