ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖୋର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନୟାଗଡଠାରେ ନଭେମ୍ବର ୩ରୁ ୭ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏହି ଶିବିରରେ କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ ଶ୍ରବଣ ଯନ୍ତ୍ର ମାଗଣାରେ ଯୋଗାଇଦିଆଯିବ। ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ରୋଟାରୀ କ୍ଲବ ନୟାଗଡ଼ ର ସଭାପତି…
Read MoreDay: October 15, 2025
ଅକ୍ଟୋବର ୧୮ରୁ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ କନିଷ୍ଠ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯିବ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଓପନ ଚେସ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର,…
Read Moreପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏ. ପି. ଜେ. ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଭାବରେ ପରିଚିତ ଭାରତରତ୍ନ ଡ. ଏ.ପି.ଜେ.ଅବଦୁଲ୍ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ନୟାଗଡ଼ ମଣ୍ଡଳ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅବସ୍ଥିତ ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷକ ସମାଜ, ସାମାଜିକ ଅନୁଷ୍ଠାନ ଓ ଶିକ୍ଷା ବିଭାଗ ତରଫରୁ ଦୀପଧୂପ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ତ୍ରିଲୋଚନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସଂପାଦକ ତଥା ଶିକ୍ଷକ ନେତା ଶେଖ୍ ଅବଦୁଲ୍ ଖାଲିକ୍, ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ମାଣିକେଶ୍ଵର…
Read More