ନୟାଗଡ଼ କଲେଜରେ ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଫେରିଛନ୍ତି ଚର୍ଚ୍ଚିତ ଡ଼ ବାନାମ୍ବର ପୃଷ୍ଟି। ନିଜ ପାଣ୍ଡିତ୍ୟ ପାଇଁ ନୟାଗଡ଼ରେ ସେ ଯେତିକି ଚର୍ଚ୍ଚିତ, କଲେଜ ଅଧ୍ୟକ୍ଷଙ୍କ ସହ ବିବାଦୀୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ ଥିଲେ। ସବୁ ବାଦବିବାଦ ଦୂର ହୋଇ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି ପୁଣି ଥରେ ଵିଧିବଦ୍ଧ ଭାବରେ ପୁନଃଅବସ୍ଥାପିତ ହୋଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ ତାଙ୍କୁ ଯୋଗଦାନ କରାଇଛନ୍ତି। ଶୈକ୍ଷିକ ବାତାବରଣକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ତାଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏହାକୁ ପାଳନ କରି ସେ କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରାୟ କିଛି ମାସ ହେବ ତାଙ୍କୁ ମହାବିଦ୍ୟାଳୟ ଛାଡ଼ିବାକୁ ପଡିଥିଲା। ତତ୍କାଳୀନ କଲେଜ ଅଧ୍ୟକ୍ଷଙ୍କ ସହ ବିବାଦ ପରଠାରୁ ତାଙ୍କୁ ନିଲମ୍ବନ ସହ ଅନ୍ୟ ଏକ ମହାବିଦ୍ୟାଳୟରେ ଉପସ୍ଥାନ ପକାଇବାକୁ ନିର୍ଦେଶ ଦିଆଯାଇଥିଲା। ଏବେ ଏଥର ଓଡ଼ିଆ ବିଭାଗ ଚଳଚଞ୍ଚଳ ହେବ। ପାଠପଢ଼ା ସଠିକ ଭାବରେ ଚାଲିବା ସହ ବିବାଦୀୟ ଘଟଣାର ପୁନରାବୃତ୍ତି ନ ହେବା ନେଇ ସମସ୍ତେ ଆଶା କରିଛନ୍ତି। ତାଙ୍କ ଅନୁପସ୍ଥିତରେ ବିଶେଷ କରି ଓଡ଼ିଆ ବିଭାଗରେ ପାଠପଢ଼ା ବ୍ୟାଘାତ ସୃଷ୍ଟି ହୋଇଥିଲା। ତାଙ୍କ ଯୋଗଦାନ ପରେ ଛାତ୍ରଛାତ୍ରୀ ଏବଂ କଲେଜର ଅଧ୍ୟାପକ ଅଧ୍ୟାପିକାମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Related posts