ସହୀଦ କଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଐତିହାସିକ ମଇଦିବସ ଅବସରରେ ସିଆଇଟିୟୁ ପକ୍ଷରୁ ନୟାଗଡ଼ସ୍ଥ ସହୀଦ କଷ୍ଟିଡାକୁଆ ଭବନରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ଶ୍ରମିକ ଶ୍ରେଣୀର ପ୍ରତୀକ ରକ୍ତପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ୧୮୮୬ମସିହା ମଇ ପହିଲାରେ ଆମେରିକାର ଚିକାଗୋ ସହରରେ ଘଟିଥିବା ଐତିହାସିକ ଶ୍ରମିକ ଆନ୍ଦୋଳନ ଓ ରକ୍ତ ବିନିମୟରେ ଶ୍ରମ ଦିବସକୁ ଆଠ ଘଣ୍ଟାରେ ସୀମିତ କରି ପାରିବାର ବୀରତ୍ୱପୂର୍ଣ ଲଢେଇର ଗୌରବମୟ ଅଧ୍ୟାୟକୁ ସଭାରେ ବିଶଦ ଭାବେ ଆଲୋଚନା କରିଥିଲେ କମ୍ରେଡ୍ ମହାପାତ୍ର। ପାଚିକା ୟୁନିଅନ ପକ୍ଷରୁ କୁନୀ ପ୍ରଧାନ, ଆଶା ୟୃନିଅନ ପକ୍ଷରୁ ପ୍ରତିଭା ବେହେରା, ସିକ୍ୟୁରିଟି ୟୁନିଅନ ପକ୍ଷରୁ ଉମାକାନ୍ତ ମହାପାତ୍ର ଓ ମନୋଜ ସାହୁ, କୃଷକ ସଂଗଠନ ପକ୍ଷରୁ ତପନ ମହାପାତ୍ର ଓ ଚନ୍ଦ୍ରମଣି ଜେନା ପ୍ରମୁଖ ଶ୍ରମିକ ଶ୍ରେଣୀ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଲଦୁଥିବା ବହୁବିଧ ସମସ୍ୟା ଉପରେ ଆଲୋଚନା କରି ଆଗାମୀ ଦିନରେ ଦୁର୍ବାର ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ।

Related posts