ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲଜ ଅନ୍ତର୍ଗତ ବଉଳସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନମୋହନ ସେଠି ଏବଂ ନାଗମୁଣ୍ଡୁଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବଉଳସାହି ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦର୍ଶନ ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠି ଜଣେ ଆଦର୍ଶ ଶିକ୍ଷକ ଏବଂ ତାଙ୍କର କର୍ତ୍ତବ୍ୟପରାୟଣତା ପାଇଁ ସବୁଦିନ ମନେ ରହିବେ ବୋଲି ଉପସ୍ଥିତ ଅତିଥି ମନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓକେସିଏଲ, ଭୁବନେଶ୍ୱର ଏବଂ କମ୍ପୁଟର ଲର୍ଣ୍ଣି ସେଣ୍ଟର, ଶଙ୍ଖେଇ ଦ୍ୱାରା ଆୟୋଜିତ ଅଲମ୍ପିଆଡ ପ୍ରତିଯୋଗିତାରେ ବଉଳସାହି ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ନାଗମୁଣ୍ଡୁଳି ବିଦ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ପ୍ରମୋଦ ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ନେତା ବିପିନ ବିହାରୀ ଦାସ,ସୁରେଶ ସେଠି, ଚିତ୍ତରଞ୍ଜନ ଦାଶ, ରବୀନ୍ଦ୍ର ମହାନ୍ତି, ଗଣେଶ ଦୋରା,ଜଗତ କୃଷ୍ଣ ସାହୁ, ଅବିନାଶ ମଳିକ ପ୍ରମୁଖ ଉପସ୍ଥିତ ରହି ସହକାରୀ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅବସର କାଳୀନ ଜୀବନ ସୁସ୍ଥ ଏବଂ ନିରାମୟରେ ଅତିବାହିତ ହେଉ ବୋଲି ପ୍ରାର୍ଥନା କରିଥିଲେ।

