ଓଡଗାଁ,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସବୁଜ ସଚେତନତା ପଦଯାତ୍ରା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରାବଣ୍ଟନ ଏବଂ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ପୌରହିତରେ ୨୦୦୦ରୁ ଉର୍ଦ୍ଧ ଚାରା (ଡାଳିମ୍ବ, ଅଁଳା, ପିଜୁଳି, ବେଲ, ପିସ୍ତବାଦାମ, ଶାଗୁଆନ) ବଣ୍ଟନ କରାଯାଇଥିଲା । ଗ୍ରାମର ଶିବ ମନ୍ଦିର ବେଢ଼ାରେ ବୃକ୍ଷରୋପଣ କରାଯାଇଥିଲା। ମୁଖ୍ଅତିଥି ପ୍ରମୟ ସାମ୍ବାଦିକ ଶ୍ରୀ ଫକୀର ମହାରଣା ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ। ବ୍ୟଙ୍ଗସାହିତ୍ୟିକ ରବୀନ୍ଦ୍ର ରାଉତ, ସମାଜ ସେବୀ ବସନ୍ତ କୁମାର କର, ଲିଗରାଜ ନାୟକ, ନିରଂଜନ ରାଉତ, ଫକୀର ମୋହନ ସାହୁ, ପବିତ୍ର ଇନ୍ଦ୍ରଜିତ, ବିମଳ ଦାସ, ପ୍ରସାନ୍ତ ପୃଷ୍ଟି,, ଲିଙ୍କନ ସାହୁ, ପ୍ରଦ୍ୟୁମ୍ନ ସାହୁ, ନବକିଶୋର ସାଥୁଆ, ଜଗନ୍ନାଥ ପ୍ରଧାନ ଙ୍କ ସହଯୋଗରେ ଚାରା…
Read MoreCategory: ଓଡ଼ଗାଁ ବ୍ଲକ
ଓଡ଼ଗାଁ ବ୍ଲକ୍ ଶିକ୍ଷକ ସଂଘର ୫୦୦ରୁ ଉର୍ଦ୍ଧ୍ବ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ବିଇଓଙ୍କୁ ଦେଲେ ତିନିଦଫା ଦାବୀପତ୍ର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ସରକାରଙ୍କ ଉଦ୍ଦେଶ୍ୟରେ ତିନିଦଫା ଦାବୀପୂରଣ ପାଇଁ ଗର୍ଜିଥିଲେ ଓଡ଼ଗାଁ ବ୍ଲକର ସମସ୍ତ ବର୍ଗର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ।ଏକ ବିରାଟ ରାଲି ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାସ୍ତାରେ ଚାଲିଚାଲି ବିଇଓ କାର୍ଯ୍ୟାଳୟରେ ପହଞ୍ଚି ବିଇଓ ଗୀତାଞ୍ଜଳି ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ନଭେମ୍ବର ୨୭ ତାରିଖରେ ସମଗ୍ର ରାଜ୍ୟର ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ୱର ପିଏମଜି ଛକରେ ମୁଖ୍ୟ ଶାସନ ସଚିବ ପତ୍ରାଙ୍କ ନଂ ୧୦୯ ସିଏସ୍ ତା ୩୦/୧୧/୨୦୨୨ ରିଖ ଅନୁସାରେ ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଦାବୀଗୁଡିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।…
Read Moreମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଇନଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ଓଡ଼ଗାଁ ବ୍ଲକର ପ୍ରାୟ ୫୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏ ଅବସରରେ ନୟାଗଡ଼ ବିଧାୟକ ମାନ୍ୟବର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ପ୍ରଶାସନିକ ଅଧିକାରୀ ଏବଂ ଓଡ଼ଗାଁ ବ୍ଲକ୍ ସାମ୍ବାଦିକମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି…
Read Moreସ୍କାଉଟ୍ ଓ ବୁଲବୁଲ କ୍ଲବ ଉଦଘାଟିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ କ୍ଲଷ୍ଟର ଅଧୀନରେ ଥିବା ଦଣ୍ଡୋର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ମିସେସ୍ ଲୋଟସଙ୍କ ତତ୍ତ୍ୱାବଧାନରେ ସ୍କାଉଟ୍ ଗାଇଡ ଓ କବ୍ ବୁଲବୁଲ କ୍ଲବର ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି।ଏ ଅବସରରେ ଭାରତ ସ୍କାଉଟସ୍ ଆଣ୍ଡ୍ ଗାଇଡସର ଓଡ଼ିଶା ରାଜ୍ୟ କମିଶନର ଡ.କାଳିପ୍ରସାଦ ମିଶ୍ରଙ୍କ ତରଫରୁ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ କବ୍ ବୁଲବୁଲ କ୍ଲବର ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରିବା ସହ ବିଦ୍ୟାଳୟର ପରିବେଶ ଏକ ବନବିଦ୍ୟାଳୟର ଭ୍ରମ ସୄଷ୍ଟି କରୁଛି ବୋଲି କହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଞ୍ଚସଖାଙ୍କ ପରି ଉତ୍ସର୍ଗୀକୃତ ଭାବନା ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।ବିଦ୍ୟାଳୟରେ ଅଧ୍ୟୟନରତ ୨୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତୄତୀୟ,ଚତୁର୍ଥ, ପଞ୍ଚମ…
Read Moreବୄକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ,
ନୄତ୍ୟ ପ୍ରଦର୍ଶନ ଓ ରୋଡ୍ ଶୋ ମାଧ୍ୟମରେ ନିଆରା ସଚେତନତା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍କକ୍ ଅନ୍ତର୍ଗତ କୋମଣ୍ଡ କ୍ଲଷ୍ଟର ଅଧୀନରେ ଥିବା ଭଗବତୀପ୍ରସାଦ ଉ.ପ୍ରା.ବିଦ୍ୟାଳୟ ପରିସରରେ ଏକ ବୄକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳ ୮ ଘଟିକାରେ ଉକ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲା।ଓଡ଼ଗାଁ ବନବିଭାଗ ତରଫରୁ ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ ନଡ଼ିଆ ବାଡେଇ ଧୂପ ଦୀପ ବନ୍ଦାପନା କରି ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିବା ପରେ ବନକର୍ମଚାରୀ ମିନତି ପାଲଟାସିଂହ,ସୌମ୍ୟରଞ୍ଜନ ଦଳେଇ ଆଦିଙ୍କ ସହ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ,ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ, ନିଲମ୍ ପ୍ରିୟଦର୍ଶିନୀ, ଶିକ୍ଷକ ତ୍ରିଲୋଚନ ମହାଙ୍କୁଡ଼,ସମାଜସେବୀ ବସନ୍ତ କୁମାର ଆଲଟିଆ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ଅନ୍ୟସଦସ୍ୟଗଣ ବିଦ୍ୟାଳୟ ପରିସର, ରାସ୍ତାକଡ଼ ଏବଂ ବିଦ୍ୟାଳୟ ଖେଳପଡିଆ ପାର୍ଶ୍ଵରେ ବୄକ୍ଷରୋପଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଶିକ୍ଷକ ପ୍ରକୄତିବନ୍ଧୁ…
Read Moreଗଞ୍ଜେଇ ସନ୍ଦେହରେ କୋରିଅର ଗାଡିକୁ ପିଛା ଘଟଣାରେ ଚାରି ଡକାୟତଙ୍କୁ ଗିରଫ କରିଛି ଗଣିଆ ପୋଲିସ
ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଗତ ବୁଧବାର ଦିନ ଗଞ୍ଜେଇ ସନ୍ଦେହରେ ଏକ ଟାଟା ଏସି ଗାଡିକୁ ପିଛା କରିବା ସହିତ ଧକ୍କା ମାରିବା ଓ ଡ୍ରାଇଭର ଠାରୁ 2000 ଟଙ୍କା ଛଡେଇ ନେବା ସହିତ ଧମକ ଚମକ ଦେଇଥିଲେ l ହେଲେ ଡ୍ରାଇଭରର ଉପସ୍ଥିତ ବୁଦ୍ଧିପାଇଁ ଗଣିଆ ଥାନାରେ ଟାଟା ଏସି ଗାଡିକୁ ଭର୍ତ୍ତି କରିଦେଇଥିଲା l ପରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ବିଭିନ୍ନ ସ୍ଥାନରେ ଛାନ ଭିନ ଜାରି ରଖିଥିଲେ l ବିଶେଷ ସୂତ୍ରରୁ ଖବର ପାଇଁ ଶୁକ୍ରବାର ଦିନ ମଧ୍ୟଖଣ୍ଡ ଗ୍ରାମରେ ଚଢ଼ାଉ କରି ଏହି ଗ୍ୟାଙ୍ଗର ଚାରି ଜଣଙ୍କୁ ଗ୍ରାମରୁ ଉଠେଇ ଆଣିଥିଲେ l ଗଣିଆ ଥାନାକୁ…
Read Moreଚାରା ବଣ୍ଟନ, ସବୁଜ ବିପ୍ଲବ ଓ ଜନସଚେତନତା ପଦଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଇଟାମାଟିର ୪ଥ ବାର୍ଷିକ ଜିଲ୍ଲାବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ବଡ଼ ପଣ୍ଡୁସର ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ ହୋଇଯାଇଛି l ଡାଳିମ୍ବ, ଅଁଳା, ପିଜୁଳି, ପେସ୍ତା, ବେଲ, ଶାଗୁଆନ ଆଦି ଦୁଇହଜାର ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ବିନୋଦିନୀ ମହାନ୍ତି, ଦୈନିକ ଖବର କାଗଜ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ , ଧରିତ୍ରୀ ଜିଲ୍ଲା ପ୍ରତିନିଧି ଲୋକନାଥ ଦାସ, ଓଡ଼ିଶା ଖବର ଜିଲ୍ଲା ପ୍ରତିନିଧି ଦୀପକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡ଼ଃ. ରଙ୍ଗନାଥ ବେହେରା ସମାଜସେବୀ ପ୍ରଦୀପ କୁମାର ସାହୁ, ଧିରେନ କୁମାର ଦାସ, ବସନ୍ତ କୁମାର କର, ବିମଳ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, ଉମେଶ ପଟ୍ଟନାୟକ,…
Read Moreପାଠ୍ୟ ପୁସ୍ତକ ସଂଶୋଧନ କର୍ମଶାଳାରେ ନୟାଗଡ଼ରୁ ୬ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ଇଂରାଜୀ ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟ ଚଳିତ ମାସ ୨୪ ତାରିଖରୁ ୨୮ ତାରିଖ ୫ ଦିନପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାରୁ ୬ଜଣ ଶିକ୍ଷକ ଯୋଗଦାନ କରି ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କ୍ରମରେ ଜିଲ୍ଲାରୁ ବରିଷ୍ଠ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟ,ପ୍ରଶାନ୍ତ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ସୁଜାତା ଦେବୀ ଏବଂ ବଲାଲ ପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦାନ କରି ତୃତୀୟରୁ ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରେ ରହିଥିବା ତୃଟି ଗୁଡ଼ିକୁ ସଂଶୋଧନ କରିଥିଲେ । ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ଦ୍ଦେଶିକା ସୁମିତା ଦାସଙ୍କ…
Read Moreଭିଜିଲାନ୍ସ ହାତରେ ଗଣିଆ ଅତିରିକ୍ତ ତହସିଲଦାର
ନୟାଗଡ଼, (ନୟାଗଡ଼ ଦର୍ପଣ): ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲରେ ବର୍ତମାନ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳେ ବନମାଳିଙ୍କୁ ଗଣିଆ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ। ଗୋଟେ ବାଲି ବୋଝେଇ ହାଇୱା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କାରେ ଡିଲ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିବା ବେଳେ ବାକି ୩ ହଜାର ଟଙ୍କା ଆଜି ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ସହଯୋଗରେ ଧରା ପଡ଼ିଛନ୍ତି। ତାଙ୍କ ଠାରୁ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି l
Read Moreଶରଣକୁଳରେ ମଣିପୁରରେ ବର୍ବରତାକୁ ନେଇ ପ୍ରତିବାଦ ସଭା
ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ବଜାରରେ ପ୍ରତିବାଦ ସଭା ମାଧ୍ୟମରେ ସି. ପି. ଆଇ. ଏମ ଓ ଏସ ୟୁ ସି ଆଇ ପକ୍ଷରୁ ମଣିପୁରରେ ଘଟୁଥିବା ନାରୀ ଅତ୍ୟାଚାର ଓ ସଂଖ୍ୟାଲଘୁ କୁକି ଆଦିବାସୀ ସଂହାରର ନିନ୍ଦା କରାଯାଇଥିଲା। ଏଥିପାଇଁ ଦାୟୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସିଂଙ୍କ ଇସ୍ତଫା ଦାବି କରାଯାଇଛି। କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶ୍ରମିକ ଓ କୃଷକ ନେତା ବିଶ୍ୱନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, ନିରଞ୍ଜନ ସାହୁ, ରବି ମହାପାତ୍ର, ଭାଗିରଥି ସ୍ୱାଇଁ, ଧୀରେନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।
Read More