ଲୋକ ନୋଡ଼ାଲ ବିଦ୍ୟାପୀଠରେ ସ୍ବଚ୍ଛତା ପକ୍ଷ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ସ୍ବଚ୍ଛତା ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ରାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହଙ୍କ ପୌରୋହିତ୍ୟରେ ସାମୁହିକ ସ୍ବଚ୍ଛତା ଶପଥ ପାଠ କରା ଯାଇଥିଲା। ତାହା ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ମନୋରଞ୍ଜନ ରାଉତଙ୍କ ନେତୃତ୍ବରେ ସ୍ବଚ୍ଛତା ରାଲିରେ ଗ୍ରାମ ପରିକ୍ରମାରେ ବାହାରି ଥିଲେ। ସ୍ବଚ୍ଛତା ରାଲି ବିଦ୍ୟାଳୟରୁ ବାହାରି ପଞ୍ଚିରିଡା ମାନପୁର ଗ୍ରାମର ନୂଆସାହି, ମଝିସାହି ଓ ତଳସାହି ପରିକ୍ରମା କରିଥିଲା। ରାଲି ଫେରିବା ପରେ ଆଜି ହାତଧୂଆ ଦିବସ ପାଳନ ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁ ପିଲା ହାତ ଧୋଇ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଦ୍ବିତୀୟ ପାଳିରେ ସ୍ବଚ୍ଛତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ସ୍ବଚ୍ଛତା ଚିତ୍ରାଙ୍କନ, ସ୍ବଚ୍ଛତା ପ୍ରବନ୍ଧ ଲିଖନ ଓ ସ୍ବଚ୍ଛତା ବତ୍କୃତା ପ୍ରତି ଯୋଗୀତା ଆୟୋଜିତ ହୋଇଥିଲା। ଶିକ୍ଷୟିତ୍ରୀ ଆରଧନା ଗୌଡ଼ ଓ ଶିକ୍ଷକ ମାନସ ରଞ୍ଜନ ସାହୁ, ଶିକ୍ଷକ ବଣ୍ଟୁ ପ୍ରଧାନ, ଚିନ୍ତାମଣି ମହାରଣା, ଶିକ୍ଷୟିତ୍ରୀ ରୋଜାଲୀନ ପଟ୍ଟନାୟକ, ମନୋରଞ୍ଜନ ରାଉତ, ଅଶୋକ କୁମାର ମହାପାତ୍ର, କୃପାସିନ୍ଧୁ ମିଶ୍ର, ରମେଶ କୁମାର ମହାନ୍ତି, ଶୁଭେନ୍ଦୁ କୁମାର ପରିଡ଼ା, ମାଳତୀ ଦେଈ, ମାଳତୀ ବେହେରା, ଜଗନ୍ନାଥ ବାରିକ, ଭବାନୀ ବାଘ, ଟୁନି ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Related posts