ସାଇବର ସଚେତନତା ଲୋଗ ଉନ୍ମୋଚିତ, ଆସନ୍ତା ୨ ତାରିଖରୁ ବୁଲିବ ‘ସାଇରା’

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଇବର ସଚେତନତା ଲୋଗ ଉନ୍ମୋଚିତ ହୋଇଛି । ନୟାଗଡ଼ ଏସପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଏସପି ସୂଚନା ଦେବା ସହ ଏହାର ଲୋଗକୁ ଉନ୍ମୋଚନ କରାଯାଇଥିଲା । ଆସନ୍ତା ୩୦ ତାରିଖ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରରେ ସଚେତନତା ରଥ ଉଦଘାଟନ କରିବେ । ନୟାଗଡ଼ ଜିଲ୍ଲାରେ ୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରଥ ବୁଲିବା ସହ ସଚେତନତା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ।

ଏହି ରଥରେ ଭିଡିଓ ମାଧ୍ୟମରେ ସଚେତନ କରାଯିବା ପାଇଁ
ଯୋଜନା ରହିଛି । ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହିତ ଶିଶୁ ନିର୍ଯ୍ୟାତନା ଉପରେ ମଧ୍ୟ ସ୍ବତନ୍ତ୍ର
ଭାବେ ସଚେତନ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ଏନସିସି, ରେଡକ୍ରସ
ଛାତ୍ରଛାତ୍ରୀମାନେ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାଯାଇଛି । ଆଜିର ଏହି ଲଗୋ ଉନ୍ମୋଚନ କାର୍ଯ୍ୟକ୍ରମକୁ ଡିଏସପି ହେମନ୍ସ ରାଓ ସଂଯୋଜନା କରିଥିବା ବେଳେ ପରିଶେଷରେ ଡିଏସପି ସୁକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Related posts