ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପରିଦର୍ଶନ କରି ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଓ ଅଞ୍ଚଳର ସାମଗ୍ରିକ ପରିସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷକରି ଡାହୁକା ନଦୀର ସ୍ଥିତି ଓ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଭିନ୍ନ ବିକାଶମୂଳକ ସ୍ଥଳ ପରିଦର୍ଶନ କରି ଚାଲୁଥିବା କାର୍ଯ୍ୟର ଅଗ୍ରଗତି ଓ ଗୁଣବତ୍ତା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସେ ଗ୍ରାମସଭାରେ ଯୋଗଦେଇ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ବିକାଶ ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ପାରାଢିପି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରି ପଞ୍ଚାୟତର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଆବଶ୍ୟକତା…
Read MoreDay: October 29, 2026
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସାଧାରଣ ସଭା ଓ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସଦଭାବନା ସଭାଗୃହରେ ଦିବା ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ବିଜୟାନନ୍ଦ ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଜିତେନ୍ଦ୍ର କୁମାର ସାହୁ, ଉପ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ବିରୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ ସଭାକାର୍ଯ୍ୟ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସେନାପତି ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଦୁର୍ନୀତି…
Read More