ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟାଳୟ ଠାରୁ ଉଦଘାଟନ କରାଯାଇଅଛି । ଏହି ସଚେତନତା ରଥଟିକୁ ମାନ୍ୟବର ପ୍ରାଣୀ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସଭାପତି ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହିତ ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ସହ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ସୁଶ୍ରୀ ପୂଜାରିନ ସାମଲ ଓ ମୋନିକା ସେଠୀ ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ…
Read MoreCategory: Uncategorized
ନୟାଗଡ଼ କଳାପରିଷଦରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସହ ବିଶ୍ୱ ପରିବେଶ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲା ସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ପ୍ରଭାସିନି ନନ୍ଦଙ୍କ ସଭାପତିତ୍ବରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଉକ୍ତ ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଲକ୍ଷ, ଉଦେଶ୍ୟ ସମ୍ବନ୍ଧରେ ଅନ୍ତେବାସୀ ଓ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ, ସଭିଏଁ ଆସନ୍ତୁ ଗଛ ଲଗାଇବା ଓ ପରିବେଶକୁ…
Read Moreଜିଲ୍ଲା ସ୍ତରୀୟ ଇଦୁଲ୍ ଫିତର ହର୍ଷଉଲ୍ଲାସରେ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରମଜାନ ମାସର ଶେଷଦିନରେ ଚାନ୍ଦ ଦର୍ଶନ ପରେ ଇସଲାମ ଧର୍ମର ବଡ଼ ପର୍ବ ଇଦୁଲ୍ ଫିତର୍ ନମାଜ୍ ସିନ୍ଦୁରିଆ ଇଦଗାହ୍ ଠାରେ ମୌଲାନା ଜଲାଲୁଦ୍ଦିନ୍ ଖାଁ ମିଫତାହିଙ୍କ ଦ୍ଵାରା ପାଠ କରାଯାଇଅଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ରମଜାନ ମାସ ଇସଲାମ ଧର୍ମର ପବିତ୍ର ମାସ ହୋଇଥିବା ବେଳେ ମାସର ପ୍ରଥମ ଚାନ୍ଦ ଦର୍ଶନ ପରେ ଏହି ପବିତ୍ର ମାସ ଆରମ୍ଭ ହୋଇଥାଏ। ଇସଲାମ ଧର୍ମାବଲମ୍ବୀ ମାନେ ପ୍ରତିଦିନ ଅର୍ଦ୍ଧରାତ୍ରରୁ ଶହରୀ ଆକାରରେ କିଛି ଖାଦ୍ୟ ଗ୍ରହଣକରି ଦିନ ତମାମ ନିର୍ଜଳ କାଷ୍ଠା ଉପବାସ ରଖି ସୂର୍ଯ୍ୟଅସ୍ତ ପରେ ପଣା, ଫଳ, ବୁଟ, ତରଭୁଜ ଓ ଖଜରା ସେବନ କରି ଉପବାସ ଭଙ୍ଗ କରନ୍ତି। ଦିନ ସାରା ପାଞ୍ଚ ଥର ନମାଜ ପାଠ ଓ ରାତ୍ରୀକାଳୀନ ତରାୱିହ୍…
Read Moreରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ରେ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୨୫ରେ ଶ୍ରେଷ୍ଠ ୫ରେ ନୟାଗଡ଼ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ମିଶ୍ର କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ୩୦ଟି ଜିଲାରୁ ୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଥିବା ରାଜ୍ୟ କୃଷି ଭବନ ପରିସରରେ ଅନୁଷ୍ଠିତ ଏକ ଛାୟା ପାର୍ଲିଆମେଣ୍ଟ ଅଧିବେଶନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୂମିକାରେ ନିଖୁଣ ଅଭିନୟ କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ତାଙ୍କର ଏହି ଚମତ୍କାର ଅଭିନୟ ପାଇଁ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ରହି…
Read More‘ଏଥୁ ଅନନ୍ତରେ’ର ପାଠକୀୟ ଚର୍ଚ୍ଚା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ବିଶ୍ଵନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଏଥୁ ଅନନ୍ତରେ’ ର ପାଠକୀୟ ଚର୍ଚ୍ଚା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୁସ୍ତକର ସମୀକ୍ଷକ ଭାବରେ ଯୋଗଦେଇ ସାହିତ୍ୟିକ ତଥା ବିଧାୟକ ଡ. ଅରୁଣ କୁମାର ସାହୁ ଉପନ୍ୟାସର ବିବିଧ ଦିଗ ଉପରେ ଆଲୋକପାତ କରି ଏହାକୁ ଏକ ସଫଳ ଯୁଗାନ୍ତକାରୀ ସୃଷ୍ଟି ବୋଲି କହିଥିଲେ। ସ୍ଥାନ, କାଳ ଓ ପାତ୍ରର ଚୟନ, ଉପସ୍ଥାପନ ଓ ଗତିଶୀଳତାକୁ ଶ୍ରୀ ମହାପାତ୍ର ଏଭଳି ପ୍ରୟୋଗ କରିଛନ୍ତି, ଯାହା ଯେ କୌଣସି ଓଡ଼ିଆ ପ୍ରତିଷ୍ଠିତ ଲେଖକଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ଡ.ସାହୁ ଉଲ୍ଲେଖ କରିଥିଲେ। ହଜିଯାଉଥିବା ଓଡ଼ିଆ ଶବ୍ଦମାନଙ୍କୁ ଖୋଜିଆଣି ପ୍ରୟୋଗ କରିବାରେ ଔପନ୍ୟାସିକ ଶ୍ରୀ ମହାପାତ୍ର ଜଣେ ସଫଳ ସାରସ୍ବତ ସ୍ରଷ୍ଟା ବୋଲି ସମୀକ୍ଷକ…
Read Moreଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧି କରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଏ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟଲୋକ ଅଦାଲତ ଆସନ୍ତା ୧୪ ଡିସେମ୍ବରରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧିନ ମାମଲା ଯଥା ଦେୱାନୀ ଓ ଫୌଜଦାରୀ (ସାଲିସ ଯୋଗ୍ୟ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍, ଜଳଯୋଗାଣ,ପାରିବାରିକ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତି ଭିତରେ ସମାଧାନ କରାଯାଇ ପାରିବ ବୋଲି ୨ଦିନ ଧରି ନ୍ୟାୟ ସହଯୋଗୀ ମିତ୍ର ପ୍ରଫୁଲ୍ଲ କୁମାରବେହେରା, ରମେଶଚନ୍ଦ୍ର ବେହେରା, ଜିନୁ ସାହୁ, ମାନସରଞ୍ଜନ…
Read Moreଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ। ଆଜିର ବ୍ୟସ୍ତ ବହୁଳ ଜୀବନରେ ଶରୀର, ମନ ଏବଂ ଆତ୍ମାକୁ ଶୁଦ୍ଧ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ଏବଂ ଧ୍ୟାନ। ନୟାଗଡ଼ରେ ଥିବା ‘ଯୋଗ ପରିବାର’ରେ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଏକଥା କହିଛନ୍ତି ଧ୍ୟାନ ପ୍ରଶିକ୍ଷକ ତଥା ଓଶୋଧାରା ମୈତ୍ରୀ ରାଜ୍ୟ ସଂଘ ସଂଯୋଜକ ତଥା କୋଲହାନ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ, ଓଡ଼ିଆ ବିଭାଗର ଅସୋସିଏଟ ପ୍ରଫେସର ଆଚାର୍ଯ୍ୟ ଶିବାନନ୍ଦ। ନୟାଗଡ଼ ପୁରୁଣା ସହରସ୍ଥିତ ରାଜବାଟି ସଭା ଗୃହରେ ପ୍ରତ୍ୟହ ଚାଲୁଥିବା ଯୋଗ ଶିବିରରେ ବୁଧବାର ପ୍ରତ୍ୟୁଷରେ ଯୋଗଦାନ କରି ଆଚାର୍ଯ୍ୟ ଶିବାନନ୍ଦ ଶିବିରାର୍ଥୀ ମାନଙ୍କୁ ଯୋଗ ଏବଂ ଆଧ୍ୟାତ୍ମିକତା ଉପରେ ଗଭୀର ଜ୍ଞାନ ପ୍ରଦାନ କରିଥିଲେ। ନୟାଗଡ଼ ଯୋଗଶିବିରର ସଭାପତି ପ୍ରତାପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ…
Read Moreସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶରେ କଲେଜ ମାନଙ୍କରେ “ସୁଭଦ୍ରା” ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି। ଏନେଇ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। “ସୁଭଦ୍ରା ମହିଳା ସଶକ୍ତି କରଣ ପାଇଁ ଏକ ମାଧ୍ୟମ” ଉକ୍ତ ବିଷୟ ବସ୍ତୁକୁ ନେଇ ବକ୍ତୃତା, ଚିତ୍ରାଙ୍କନ, ମୁରୂଜ, ଚିତ୍ରତ୍ତୋଳନ ଆଦି ପ୍ରତିଯୋଗୀତା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଅଧ୍ୟାପିକା ସ୍ମିତା ସ୍ବାଇଁ, ନିବେଦିତା ସାହୁ ଓ ବୈଶାଳୀ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
Read Moreଗଛକୁ ରାକ୍ଷୀ ବାନ୍ଧି ପାଳିତ ହେଲା ରକ୍ଷାବନ୍ଧନ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ନୟାଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ମା ଫାଉଣ୍ଡେସନ’ର ସଦସ୍ୟ। ରକ୍ଷା ବନ୍ଧନ ପର୍ବ ହେଉଛି ପ୍ରେମ, ସ୍ନେହ, ସଂପର୍କର ପ୍ରତୀକ। ରକ୍ଷା କରିବାର ସଂକଳ୍ପର ଦିନ ମଧ୍ୟ ଏହି ପର୍ବ। ସାଂପ୍ରତିକ ସମୟରେ ପରିବେଶର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ଆମ ମାନଙ୍କର ପ୍ରମୁଖ କର୍ତ୍ତବ୍ୟ ଅଟେ। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉପଲକ୍ଷେ ମା’ ଫାଉଣ୍ଡେସନ ସଂପାଦକ ରଂଜନ ରଶ୍ମୀ ଜେନା ଓ ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ରଙ୍କ ସଂଯୋଜନାରେ ସ୍ଥାନୀୟ ନାରାୟଣ ପାର୍କ ପରିସରରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ନିଆରା ଭାବେ ପାଳିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଦାମ ସାର, ଡ଼. ଆଶୁତୋଷା ମିଶ୍ର,…
Read Moreନୟାଗଡ଼ରେ ବିରୋଧୀ ଛିନ ଛତର, ପ୍ରତ୍ୟେହ ଶଙ୍ଖନାଦ କରୁଛନ୍ତି ବିରୋଧୀ ଗୋଷ୍ଠୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ। ବିଭିନ୍ନ ପଞ୍ଚାୟତର ବିଜେପି କର୍ମୀ ବିଜେଡିରେ ହେଉଛନ୍ତି ସାମିଲ। ବିରୋଧୀ ଦଳର ଅନେକ ନେତା ବର୍ତ୍ତମାନ ଶଙ୍ଖନାଦ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀମାନେ ବିଜେଡିରେ ହେଉଛନ୍ତି ସାମିଲ। ନୟାଗଡ଼ ବିକାଶର ସାରଥୀ ହେବାପାଇଁ ଆଗ୍ରହୀ ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲକ୍ଷ୍ମୀପ୍ରସାଦ…
Read More