ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାସ୍ତରୀୟ ନନ୍-କ୍ୟାଡର ଆସୋସିଏସନ୍, ଜିଲ୍ଲା ସମବାୟ ବ୍ୟାଙ୍କର ସାଙ୍ଗଠନିକ ବୈଠକ ସ୍ଥାନୀୟ ମଜୁରୀଆପଲ୍ଲୀସ୍ଥିତ ମା’ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଉତ୍ସାହ ଓ ଆନ୍ତରିକତାର ସହ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇ ସମବାୟ କ୍ଷେତ୍ରର ବିକାଶ ଏବଂ ସଂଗଠନର ଭବିଷ୍ୟତ ରୂପରେଖା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ସମବାୟ ସମିତିଗୁଡ଼ିକର ବର୍ତ୍ତମାନ କାର୍ଯ୍ୟକଳାପ, ସଂଗଠନର ସାଙ୍ଗଠନିକ ସୁଦୃଢ଼ୀକରଣ, ସଦସ୍ୟମାନଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଜନହିତକର କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ଭାବେ କିପରି ଆଗେଇ ନିଆଯିବ ସେ ସମ୍ପର୍କରେ ଗଭୀର ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା। ସମବାୟ ବ୍ୟବସ୍ଥାକୁ ଅଧିକ ଦୃଢ଼ ଓ ଜନମୁଖୀ କରିବା ପାଇଁ ସମସ୍ତ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ଏହି ଅବସରରେ…
Read MoreCategory: Uncategorized
ନୟାଗଡ଼ରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଆନ୍ଦୋଳନ: ଉପଜିଲ୍ଲାପାଳଙ୍କ ‘ଛେରାପହଁରା’କୁ ବିରୋଧ
ନୟାଗଡ଼,(ନୟାଗଡ଼ ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାର ସୁରକ୍ଷା ଦାବିରେ ‘ଶ୍ରୀଜଗନ୍ନାଥ ପରମ୍ପରା ସୁରକ୍ଷା ମଞ୍ଚ’ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରମ୍ପରା ସୁରକ୍ଷା ପାଇଁ ଦାବିରାଜରାଜୁଡ଼ା ଅମଳରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ଛେରାପହଁରା ନୀତି ରାଜାଙ୍କ ଦ୍ୱାରା ସମ୍ପାଦିତ ହୋଇଆସୁଥିଲା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଉପଜିଲ୍ଲାପାଳ ଏହି ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଜଗନ୍ନାଥ ପ୍ରେମୀମାନେ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ଦାବି ହେଉଛି, ଉପଜିଲ୍ଲାପାଳଙ୍କ ବଦଳରେ ମନ୍ଦିର ପରିଚ୍ଛା କିମ୍ବା ରାଜାଙ୍କ ପ୍ରତିନିଧି ମୁଦିରଥଙ୍କ ଦ୍ୱାରା ଏହି ନୀତି କରାଯାଉ। ଏ ସମ୍ପର୍କରେ ବରିଷ୍ଠ ନାଗରିକ…
Read Moreରଣପୁରରେ ସୁରମା ପାଢୀଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି
ରଣପୁର, (ନୟାଗଡ଼ ଦର୍ପଣ): ନାକିଠଣା ସ୍ଥିତ ରାମ ମନ୍ଦିର ଠାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ନରସିଂହପୁର ଗ୍ରାମ ପଞ୍ଚାୟତ ସ୍ଥିତ ଶିବ ମନ୍ଦିର ଠାରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଓଡିଶା ନିର୍ମାଣର ସଂକଳ୍ପକୁ ଆଗେଇନେବାର ପ୍ରୟାସ ସ୍ଵରୂପ ଗତ ଦୁଇ ବର୍ଷ ଧରି ଜାରି ରହିଛି ବିକାଶର ଧାରା ଓଡିଶା ସାରା ।ଏହି ଅବସରରେ ଚମ୍ପାପେଡ଼ି ଗ୍ରାମପଞ୍ଚାୟତଠାରେ ଅନୁଷ୍ଠିତ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ସାମିଲ ହୋଇ ପ୍ରକୃତିର ସୁରକ୍ଷା ଏବଂ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ଉପସ୍ଥିତ ସ୍ଥାନୀୟ ନେତୃବୃନ୍ଦ ତଥା ଜନସାଧାରଣଙ୍କ ସହ ମିଳିତ ରୂପେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି। ଏହି ଅବସରରେ ବିଜେପି ଜିଲ୍ଲା ଉପ ସଭାପତି ନିର୍ମଳ କୁମାର…
Read Moreଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ଉଚ ବିଦ୍ୟାଳୟର ୧୯୮୫ ମେଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାଜସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ରନାଥ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ସେତେବେଳର ଗୁରୁ-ଶିଷ୍ୟ ପରମ୍ପରା କେତେ ମହାନ୍ ଛଳ ଛଳ ଆଖିରେ ବର୍ଣ୍ଣନା କରିଥିଲେ ଏବଂ ବିଦ୍ୟାଳୟର ପୁରାତନ କୃତି ଛାତ୍ର ଗୋଦାବରୀ ନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇ ସେତେବେଳର ଶିକ୍ଷା ପଦ୍ଧତି, ଅନୁଶାସନ ଓ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ଆବାହକ ସନ୍ତୋଷ କୁମାର ବେହେରାଙ୍କ ଉଦ୍ୟମରେ ଦୀର୍ଘ ୪୦ ବର୍ଷ ପରେ ଅନେକ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ ଏବଂ…
Read Moreପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’’ ସମ୍ମାନ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ୱୀ ଗବେଷକ ଶ୍ରୀଯୁକ୍ତ ପ୍ରବୀର କୁମାର ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର ‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ ‘ପଠାଣି ସାମନ୍ତ ଶିକ୍ଷ୍ୟାଜ୍ୟୋତି ସମ୍ମାନ’, ସଙ୍ଗୀତ ସାଧକ ଶିବନାରାୟଣ ପଟ୍ଟନାୟକ ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’, କ୍ରୀଡ଼ାବିତ୍ ତଥା ଫୁଟବଲ ପ୍ରେମୀ ଜନାବ ହଜରତ୍ଅଲ୍ଲୀ ଖାଁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, ସ୍ୱନାମଧନ୍ୟ ସଙ୍ଗଠକ ରାମେଶ୍ଵର ଶତପଥୀ ‘ ପଠାଣି ସାମନ୍ତ ଜନ ସଂଗଠକ ସମ୍ମାନ’, କଣ୍ଠଶିଳ୍ପୀ,…
Read More୫ଦିନ ବ୍ୟାପି ଚାଲିବ ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆଠାରେ ଆସନ୍ତା ତା୦୫.୧୧.୨୦୨୪ରିଖ ଦିନ ସକାଳ ଘ୭.୩୦ମି. ସମୟରେ “ବୋଇତ ବନ୍ଦାଣ ଉତ୍ସବ” ପାଳନ କରାଯାଉଅଛି । ଉକ୍ତ ଉତ୍ସବକୁ ଲୋକାଭିମୁଖୀ କରିବା ପାଇଁ ଆସନ୍ତକାଲି ଅର୍ଥାତ ତା୦୧.୧୧.୨୦୨୫ରିଖ ଠାରୁ ତା୦୫. ୧୧. ୨୦୨୫ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ପଲ୍ଲିଶ୍ରୀମେଳା ଓ ରାମ ଦୋଳିର ଆୟୋଜନ କରାଯାଇଅଛି । ୫ଦିନ ବ୍ୟାପି ହେବାକୁ ଥିବା ଏହି ଉତ୍ସବରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆସନର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ବୋଇତ ବନ୍ଦାଣ ଉତ୍ସବ କମିଟି ଜନସାଧାରଣଙ୍କ ଉପସ୍ଥିତି, ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। କାର୍ଯ୍ୟସୂଚୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତା୦୧.୧୧.୨୦୨୫ରିଖ (ଶନିବାର) ସନ୍ଧ୍ୟା ୭ଟା ରେବୋଇତ ବନ୍ଦାଣ…
Read More‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ପଣ୍ଡୁସର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସଭାପତି ଜିଲ୍ଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜ଼ିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟାନନ୍ଦ ନାୟକ, ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ) ଦେବାର୍ଚ୍ଚନ ବେହେରା, ବନଖଣ୍ଡ ଅଧିକାରୀ (ମହାନଦୀ…
Read Moreନୟାଗଡ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଓ ରଥର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟାଳୟ ଠାରୁ ଉଦଘାଟନ କରାଯାଇଅଛି । ଏହି ସଚେତନତା ରଥଟିକୁ ମାନ୍ୟବର ପ୍ରାଣୀ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସଭାପତି ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହିତ ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ସହ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ସୁଶ୍ରୀ ପୂଜାରିନ ସାମଲ ଓ ମୋନିକା ସେଠୀ ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ…
Read Moreନୟାଗଡ଼ କଳାପରିଷଦରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସହ ବିଶ୍ୱ ପରିବେଶ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲା ସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ପ୍ରଭାସିନି ନନ୍ଦଙ୍କ ସଭାପତିତ୍ବରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଉକ୍ତ ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଲକ୍ଷ, ଉଦେଶ୍ୟ ସମ୍ବନ୍ଧରେ ଅନ୍ତେବାସୀ ଓ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ, ସଭିଏଁ ଆସନ୍ତୁ ଗଛ ଲଗାଇବା ଓ ପରିବେଶକୁ…
Read Moreଜିଲ୍ଲା ସ୍ତରୀୟ ଇଦୁଲ୍ ଫିତର ହର୍ଷଉଲ୍ଲାସରେ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରମଜାନ ମାସର ଶେଷଦିନରେ ଚାନ୍ଦ ଦର୍ଶନ ପରେ ଇସଲାମ ଧର୍ମର ବଡ଼ ପର୍ବ ଇଦୁଲ୍ ଫିତର୍ ନମାଜ୍ ସିନ୍ଦୁରିଆ ଇଦଗାହ୍ ଠାରେ ମୌଲାନା ଜଲାଲୁଦ୍ଦିନ୍ ଖାଁ ମିଫତାହିଙ୍କ ଦ୍ଵାରା ପାଠ କରାଯାଇଅଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ରମଜାନ ମାସ ଇସଲାମ ଧର୍ମର ପବିତ୍ର ମାସ ହୋଇଥିବା ବେଳେ ମାସର ପ୍ରଥମ ଚାନ୍ଦ ଦର୍ଶନ ପରେ ଏହି ପବିତ୍ର ମାସ ଆରମ୍ଭ ହୋଇଥାଏ। ଇସଲାମ ଧର୍ମାବଲମ୍ବୀ ମାନେ ପ୍ରତିଦିନ ଅର୍ଦ୍ଧରାତ୍ରରୁ ଶହରୀ ଆକାରରେ କିଛି ଖାଦ୍ୟ ଗ୍ରହଣକରି ଦିନ ତମାମ ନିର୍ଜଳ କାଷ୍ଠା ଉପବାସ ରଖି ସୂର୍ଯ୍ୟଅସ୍ତ ପରେ ପଣା, ଫଳ, ବୁଟ, ତରଭୁଜ ଓ ଖଜରା ସେବନ କରି ଉପବାସ ଭଙ୍ଗ କରନ୍ତି। ଦିନ ସାରା ପାଞ୍ଚ ଥର ନମାଜ ପାଠ ଓ ରାତ୍ରୀକାଳୀନ ତରାୱିହ୍…
Read More