୫ଦିନ ବ୍ୟାପି ଚାଲିବ ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆଠାରେ ଆସନ୍ତା ତା୦୫.୧୧.୨୦୨୪ରିଖ ଦିନ ସକାଳ ଘ୭.୩୦ମି. ସମୟରେ “ବୋଇତ ବନ୍ଦାଣ ଉତ୍ସବ” ପାଳନ କରାଯାଉଅଛି । ଉକ୍ତ ଉତ୍ସବକୁ ଲୋକାଭିମୁଖୀ କରିବା ପାଇଁ ଆସନ୍ତକାଲି ଅର୍ଥାତ ତା୦୧.୧୧.୨୦୨୫ରିଖ ଠାରୁ ତା୦୫. ୧୧. ୨୦୨୫ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ପଲ୍ଲିଶ୍ରୀମେଳା ଓ ରାମ ଦୋଳିର ଆୟୋଜନ କରାଯାଇଅଛି । ୫ଦିନ ବ୍ୟାପି ହେବାକୁ ଥିବା ଏହି ଉତ୍ସବରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆସନର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ବୋଇତ ବନ୍ଦାଣ ଉତ୍ସବ କମିଟି ଜନସାଧାରଣଙ୍କ ଉପସ୍ଥିତି, ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

କାର୍ଯ୍ୟସୂଚୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ତା୦୧.୧୧.୨୦୨୫ରିଖ (ଶନିବାର) ସନ୍ଧ୍ୟା ୭ଟା ରେ
ବୋଇତ ବନ୍ଦାଣ ଯାତ୍ରା ଉତ୍ସବର ଶୁଭ ଉଦ୍‌ଘାଟନ କରିବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ନୃତ୍ୟ ପରିବେଷଣ ମେଲୋଡ଼ି ନାଇଟ୍‌, ଭୁବନେଶ୍ଵର (ଶର୍ମିଷ୍ଠା ସରକାର

ତା୦୨.୧୧.୨୦୨୫ରିଖ (ରବିବାର) ସଂଧ୍ୟା ଘ୫.୩୦ମି
ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣ
ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ନୃତ୍ୟ ପରିବେଷଣ
ଶିଳ୍ପୀକା ଡ୍ୟାନ୍ସ ଗ୍ରୁପ୍, ଭୁବନେଶ୍ବର ଓ ହାସ୍ୟ ଅଭିନେତା ନନ୍‌ସେନ୍ସ ମଣି ଓ ଟ୍ରାକ୍ ସିଙ୍ଗର୍ ଏବଂ ବିଶିଷ୍ଟ କଳାକାର ତାନ୍‌ସେନ୍ ସିଂ

ତା୦୩.୧୧.୨୦୨୫ରିଖ (ସୋମବାର) ସଂଧ୍ୟା ଘ୫.୩୦ ମି.
ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣ, ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ନୃତ୍ୟ ପରିବେଷଣ ମେଲୋଡ଼ି ସୂର ତରଙ୍ଗ, ଭୁବନେଶ୍ୱର – ଗାୟିକା ଇରା ମହାନ୍ତି

ତା୦୪.୧୧.୨୦୨୫ରିଖ (ମଙ୍ଗଳବାର) ସଂଧ୍ୟା ଘ୫.୩୦ ମି.
ସଂଧ୍ୟା ଘ୫.୩୦ ମି.: ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣ
ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ନୃତ୍ୟ ପରିବେଷଣ ସୂର୍ଯ୍ୟ ଡ୍ୟାନ୍ସ ଗ୍ରୁପ, ପୁରୀ (ଟ୍ରକ୍ ସିଙ୍ଗର୍, କମେଡ଼ି ତଡ଼କା)

ତା୦୫.୧୧.୨୦୨୪ରିଖ (ବୁଧବାର)
ସକାଳ ଘ୭.୩୦ ମି. – ଗୀତିନାଟ୍ୟ “ ତଅପୋଇ” ଏବଂ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ବୋଇତ ବନ୍ଦାଣ ଉତ୍ସବ, ଅଭିନେତ୍ରୀ, ଅଭିନେତ୍ରୀ ଶୀତଲ୍ ପାତ୍ରଙ୍କ ସହିତ।
ସଂଧ୍ୟା ଘ.୫.୩୦ ମି.- ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣ
ଉଦ୍‌ଯାପନୀ ଉତ୍ସବ ସଂଧ୍ୟା ଘ୭.୩୦ ମି.
ମେଲୋଡ଼ି ବାଦଶାହା, କଟକ

Related posts