ବାଲୁଗାଁ ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ତମିଶ୍ରା ସେଠୀଙ୍କ ଅଧ୍ୟକ୍ଷତାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବମୋଟ ୫୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଦ୍ମଚରଣ ସାହୁ, ପଦ୍ମନାଭ ବେହେରା ଓ ଭବାନୀ ମିଶ୍ରଙ୍କ ତତ୍ତ୍ଵାବଧାନରେ ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାନିତ ହୋଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ଜିତେନ୍ଦ୍ର କହଁର, ମନମୋହନ ଚମ୍ପତି, ସ୍ମିତାରାଣୀ ରାଉତ, ଶୁଭାଶିଷ ସାହୁ ପୂର୍ଣ୍ଣ ସହୋଯୋଗ କରିଥିଲେ। ଏହି ବିଜ୍ଞାନ ମେଳାରେ ଭାଗିରଥି ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁରର ବିଜ୍ଞାନ ଶିକ୍ଷକ ବିଭୂତିଭୂଷଣ ରଣସିଂ ବିଚାରପତି ଭାବରେ ଯୋଗ ଦେଇ ବିଜ୍ଞାନ ମେଳାକୁ ପରିଚାଳନା କରିଥିଲେ।

ଏହି ଅବସରରେ ବର୍ତ୍ତମାନ ବିଜ୍ଞାନର ଯୁଗ ଚାଲିଛି ଏବଂ ବିଜ୍ଞାନ ଆମକୁ ବଞ୍ଚିବାର କୌଶଳ ଶିଖାଇ ଥାଏ ବୋଲି ବିଚାରପତି ତାଙ୍କ ଅଭି ବକ୍ତବ୍ୟରେ କହିଥିଲେ। ଏହି ବିଜ୍ଞାନ ମେଳାରେ ନବମଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ପ୍ରଥମ, ପ୍ରିୟଦର୍ଶିନୀ ଗୁରୁ ଦ୍ଵିତୀୟ ଏବଂ ଦଶମ ଶ୍ରେଣୀ ଛାତ୍ର ଶିବପ୍ରସାଦ ସାଥୁଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। କେବଳ ବୈଜ୍ଞାନିକ ମନୋଭାବ ଏବଂ ଅନୁସନ୍ଧାନ ମନବୃତ୍ତି ଜାଗ୍ରତ କରିବା ନୁହେଁ ବରଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଛାତ୍ରଛାତ୍ରୀ ମାନେ କିପରି ନିଜର ଦୈନନ୍ଦିନ ଜୀବନରେ ପ୍ରୟୋଗ କରି ପାରିବେ ଏହି ପ୍ରଦର୍ଶନୀ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ଏବଂ ପରିଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରା ଯାଇଥିଲା।

Related posts