“ଶ୍ରୀ ସୃଜନ” ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଅଁଳା ନବମୀ  ଅବସରରେ ‘ଶ୍ରୀସୃଜନ’,ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ  ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସମ୍ପାଦିକା ଜୟଶ୍ରୀ ଦେବୀ,ସଭ୍ୟ ଲକ୍ଷ୍ମୀଧର ମହାପାତ୍ର ,କମ୍ରେଡ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା।
ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ, ପ୍ରସିଦ୍ଧ ଢୁମ୍ପା ସଙ୍ଗୀତ ଗାୟକ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ “ଶ୍ରୀ ସୃଜନ ସଙ୍ଗୀତ ପ୍ରତିଭା” ସମ୍ମାନରେ ସମ୍ମାନିତ କରାଯାଇଥିଲା ଅନୁଷ୍ଠାନର  ଛାତ୍ର ସାଇଅମ୍ରିତ୍ ସାହୁ, ଛାତ୍ରୀ କାଦମ୍ବିନୀ ମହାପାତ୍ର,ଝୁମୁରି ସାହୁ, ମଧୁସ୍ମିତା ବେହେରା,ଅନନ୍ୟା ମାଧୁରୀ ଦାସ,ତିତିକ୍ଷା ପରିଡ଼ା,ଶୁଭଶ୍ରୀ ମହାପାତ୍ର, ଆରାଧ୍ୟା ମହାରଣା ଓ ମାନିନୀ ମନସ୍ମିତାଙ୍କ ସମେତ ଅନୁଷ୍ଠାନର ସଙ୍ଗୀତ ଶିକ୍ଷୟିତ୍ରୀ ତଥା ସଙ୍ଗୀତ ନିର୍ଦ୍ଦେଶିକା କଣ୍ଠ ଶିଳ୍ପୀ ଜୟଶ୍ରୀ ଦେବୀ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ସଚ୍ଚିଦାନନ୍ଦ ମହାପାତ୍ର, ପୁର୍ଣ୍ଣଚନ୍ଦ୍ର ମିଶ୍ର  ପ୍ରମୁଖ ଗୀତ ଗୋବିନ୍ଦମ୍, ଚମ୍ପୂ,ଭଜନ ଓ ଜଣାଣ ପରିବେଷଣ କରି ସେଠାରେ ଉପସ୍ଥିତ ଅଗଣିତ ଭକ୍ତ ତଥା ଶ୍ରୋତାଙ୍କୁ ମୁଗ୍ଧ କରି ପାରିଥିଲେ।

Related posts