ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପ୍ରମୁଖ କାର୍ଯ୍ୟକ୍ରମ ‘ଆଦି କର୍ମଯୋଗୀ ଅଭିଯାନ’ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ଧରିତି ଆବା ଗ୍ରାମ ଭତ୍କର୍ଷ ଅଭିଯାନର ଜିଲ୍ଲାର ୧୧୩ଗୋଟି ଗ୍ରାମର ଉନ୍ନୟନ ନିମନ୍ତେ ଗ୍ରାମ କାର୍ଯ୍ୟ ଖସଡା(VAP) କାର୍ଯ୍ୟଶୈଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ସହଭାଗିତାରେ କାର୍ଯ୍ୟ କରିବା ଲାଗି ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରୱାଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।
ଧରିତି ଆବା ଗ୍ରାମ ଭତ୍କର୍ଷ ଅଭିଯାନରେ ୧୧୩ଟି ଗ୍ରାମର ଉନ୍ନୟନ ପାଇଁ ସମୀକ୍ଷା ବୈଠକ
