ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ,ନୟାଗଡ଼ରେ କାର୍ଯ୍ୟରତ ଲୋକନାଥ ସାହୁ, ଭଣ୍ଡାର ରକ୍ଷକ ଆଜି ତା.୩୧.୧୦.୨୦୨୫ରିଖରେ ଅବସର ନେଇଛନ୍ତି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦାନ କରି ତାଙ୍କର ସୁସ୍ଥ, ନିରୋଗ ନିରାମୟ ଦୀର୍ଘଜୀବନ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରି ତାଙ୍କୁ ଏକ ମୁକ୍ତ ଆକାଶର ବିହଙ୍ଗ ବୋଲି କହିଥିଲେ ଏବଂ ଆଜିଠାରୁ ଆଉ ଏକ ନୂଆ ଜୀବନର ଆରମ୍ଭ ହେଲାବୋଲି କହିଥିଲେ । ଶେଷରେ ସମ୍ବର୍ଦ୍ଧନା ସଭାର ପରିସମାପ୍ତି ଘଟିଥିଲା ।
ଲୋକନାଥ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
