ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠିତ ହୋଇଯାଇଛି । ନୟାଗଡ଼ ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକାରୀ ସଭାପତି ନୀରଞ୍ଜନ ବିଧାରଙ୍କ ଆହ୍ୱାନ କ୍ରମେ ଆଜିର ଏହି ବୈଠକରେ ଶ୍ରୀଯୁକ୍ତ ବିଧାର ସର୍ବସମ୍ମତି କ୍ରମେ ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି । ଏଥିସହିତ ସାଧାରଣ ସମ୍ପାଦକ ଭାବେ ଦୀପ୍ତିରଞ୍ଜନ ପରିଡ଼ା, ଉପସଭାପତି ଭାବେ ଗୀତାଞ୍ଜଳୀ ଜେନା, ମାନସ କୁମାର ମହାକୁଡ଼, ବୃନ୍ଦାବନ ମହାନ୍ତିଙ୍କୁ ଚୟନ କରାଯାଇଛି । ସମ୍ପାଦକ ଭାବେ ରମେଶ ପ୍ରସାଦ ରାଉତ, ନିରୂପମା ପାତ୍ରଙ୍କୁ ଚୟନ କରଯାଇଛି । ସଂଘର ଉପଦେଷ୍ଟା ଭାବେ ସନ୍ୟାସୀ ପ୍ରଧାନ, ପ୍ରଭାତ କୁମାର ପ୍ରଧାନ ଏବଂ ସଞ୍ଜୟ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ପ୍ରଦୀପ କୁମାର ସ୍ବାଇଁଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର କର୍ମକର୍ତ୍ତା ଉପସ୍ଥିତ ରହିଥିଲେl
ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠିତ, ନୀରଞ୍ଜନ ହେଲେ ସଭାପତି, ଦୀପ୍ତିରଞ୍ଜନ ସାଧାରଣ ସମ୍ପାଦକ
