ରାଜ୍ୟ ବ୍ରିଜ୍ ଆଶୋସିଏସନ ଏବଂ କେସିକ୍ଲବ ଦ୍ୱାରା ଆୟୋଜିତ ଦୁଇଦିନିଆ ଅଲ ଓଡିଶା ଓପନ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ) : ରାଜ୍ୟ ବ୍ରିଜ୍ ଆଶୋସିଏସନ ଏବଂ କେସିକ୍ଲବ ମିଳିତ ଆନୁକୁଲ୍ୟରେ ଚାଲିଥିବା ଦୁଇଦିନିଆ ଅଲ ଓଡିଶା ଓପନ ବ୍ରିଜ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଏକ ପେୟାର ପ୍ରତିଯୋଗିତାରେ ଗଗନ ବିହାରୀ ମହାପାତ୍ର ଭୁବନେଶ୍ବର ପ୍ରଥମ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଏସ.କେ. ତ୍ରିପାଠୀ ଏବଂ ବଲାଙ୍ଗୀରର ପି.କେ. ମିଶ୍ର ରହିଥିଲେ । ସେହିପରି ନୟାଗଡ଼ କେ.ସି. କ୍ଲବର ସନ୍ତୋଷ ପଟ୍ଟନାୟକ, ଗୁରୁପ୍ରସାଦ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଦ୍‌ଯାପନୀ ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆଇ.ଏ.ଏସ ଅଧିକାରୀ ତଥା ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ ନଗର ଉନ୍ନୟନ ସଚିବ ରବିନ୍ଦ୍ରନାଥ ପାଢ଼ି ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାମ୍ପିୟନ ହୋଇଥିବା ଅନଗୁଳ ବ୍ରିଜ ଆସୋଶିଏସନ୍ ଏବଂ ରନର୍ସଅପ ଜୟ ଜଗନ୍ନାଥ ନାଲକୋକୁ ପୁରସ୍କୃତ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଉଦଯାପନୀ ସମାରୋହରେ ସଭାପତି ଭାଗିରଥି ଦାସ, ସଂପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, ବିଶିଷ୍ଟ କ୍ରୀଡାବିତ ଉମାଶଙ୍କର ଦାସ, ଟୁନା ପଟ୍ଟନାୟକ, ସୁରେନ୍ଦ୍ର ମିଶ୍ର, ପୁର୍ଣ୍ଣେନ୍ଦୁ ମାନସିଂ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଉଦ୍‌ଯାପନୀ ଖେଳକୁ ଓଡିଶା ରାଜ୍ୟ ବ୍ରିଜ୍ ଆଶୋସିଏସନର ନିର୍ଦ୍ଦେଶକ ଭୀମସେନ ପ୍ରଧାନ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥ‌ିବା ଦଳ ନଭେମ୍ବର ମାସରେ ଗୋଆଠାରେ ଅନୁଷ୍ଠିତ ହେବାକୁ ଥ‌ିବା ଜାତୀୟ ବ୍ରିଜ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ l

Related posts