ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ଲିଙ୍ଗରାଜ ପ୍ରସାଦ ଓ କୋମଣ୍ଡ ପଞ୍ଚାୟତର ପଥରା, ନୋତରପଲ୍ଲି ଏବଂ ନବରତ୍ନପୁର ଗାଁ’କଲ୍ୟାଣ ସମିତି ତରଫରୁ ଆଜି ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ସଚେତନତା କରିବା ସହିତ ପ୍ରତ୍ୟେକଙ୍କୁ ସାବୁନ ଓ ମାକ୍ସ ବଣ୍ଟନ କରାଯାଇଛି । ତା’ସହିତ କରୋନା ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମସ୍ତେ ସାମାଜିକ ଦୁରତା ରକ୍ଷା କରିବା, ନିୟମିତ ମାକ୍ସ ପିନ୍ଧିବା ସହିତ ବାରମ୍ବାର ହାତ ଧୋଇବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି । ଏହି ସଚେତନତା କାର୍ଯ୍ୟରେ…
Read MoreCategory: ଓଡ଼ଗାଁ ବ୍ଲକ
ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବରେ ବସ୍ତ୍ରଦାନ ଓ ରାସନ ବଣ୍ଟନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତ୍ତାମାନେ ଏହି ଅବସରରେ ଓଡ଼ଗାଁ ଏନ.ଏ.ସି ସମେତ ରହିବାଙ୍କ, ବାଘୁଆ, କୁରାଳ, ପାଣ୍ଡିରୀପଡା, ଗିରିଡ଼ିପଲ୍ଲୀ ଓ କୋରାପିଠା ଆଦି ବିଭିନ୍ନ ସ୍ଥାନରେ ଗରିବ, ଅସହାୟ ଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ସାଙ୍ଗକୁ ଚାରା ବଣ୍ଟନ କରିଥିଲେ । ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ସମାଜସେବୀ ଅର୍ଜୁନ ସାହୁ ଓ ଶାନ୍ତନୁ ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ, ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ସହଦେଵ ଜେନା, ଆଲୋକ ରଂଜନ ବାରିକ ପ୍ରମୁଖ ସାମିଲ…
Read Moreଉଦ୍ଧାର ହେଲା ନାବାଳକ, ଠିକଣା ଖୋଜୁଛି ଚାଇଲଡ ଲାଇନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଅଞ୍ଚଳରେ ନାବାଳକ ଫସିବା ଖବର ପ୍ରକାଶ ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରା ଓ ଓଡ଼ଗାଁ ପୁଲିସ ଗୈାଡ଼ପୁଟ ପଞ୍ଚାୟତ ଗୁଆନ୍ଦ ଗ୍ରାମରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଛତିଶଗଡ଼ର ଟୋଲା ଅଞ୍ଚଳର ହଟକା ଗ୍ରାମର ରାମ ଲାଲ ଏବଂ କଲେଶ୍ରୀଙ୍କ ପୁଅ ବିରୁ କିଛି ସାଙ୍ଗ ସାଥିଙ୍କ ସହ ଭଦ୍ରକ ଜିଲ୍ଲାକୁ କାମ କରିବାକୁ ଆସିଥିବା ପ୍ରକାଶ କରିଛି। କିନ୍ତୁ ବିରୁ ଭଦ୍ରକରୁ କୈାଣସିମତେ ଆସି ଓଡ଼ଗାଁର ଗୌଡ଼ପୁଟ ଅଞ୍ଚଳରେ ପହଞ୍ଚି ଯାଇଥିଲା। ଗୌଡ଼ପୁଟ ଅଞ୍ଚଳରେ ଏକା ଏକା ବୁଲୁଥିବାବେଳେ ଗୁଆନ୍ଦ ଗ୍ରାମର କୈଳାସ ନାୟକ ବିରୁ ସହ କଥାବାର୍ତ୍ତା କରି ତାକୁ ଗୁଆନ୍ଦକୁ ଆଣି ନିଜଘରେ ୫ଦିନ ହେବ ରଖିଥିଲେ। ଆଜି ନାବାଳକ ଉଦ୍ଧାର ହୋଇଥିବା ବେଳେ…
Read Moreବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଭ୍ରାମ୍ୟମାଣ ଚାରାବଣ୍ଟନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଇଟାମାଟି ଓ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ତରଫରୁ ଆଜି ସକାଳ ୯ଘଟିକା ସମୟରେ ଶ୍ରୀ ରଘୁନାଥ ମନ୍ଦିର ପରିସରରୁ ଭ୍ରାମ୍ୟମାଣ ଚାରାବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସମାଜସେବୀ ବସନ୍ତ କର, ସନ୍ତୋଷ କୁମାର ମିଶ୍ର, ବିଭୁତିଭୂଷଣ ସାହୁ, ବସନ୍ତ କୁମାର ସାହୁ, ଖଣ୍ଡପଡାର ସମାଜସେବୀ ବିନୋଦିନୀ ମହାନ୍ତି ଏବଂ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ବ୍ଲକ ସଭାପତି ବିଦ୍ୟାଧର ଦାଶ, ସଂପାଦକ ଭାଗିରଥି ଜେନା, ମହିଳା ଶାଖା ସଭାନେତ୍ରୀ ଜଲି ଦାଶ, ଉପସଭାନେତ୍ରୀ ରାଜଲକ୍ଷ୍ମୀ ସେନାପତି, ସଂପାଦିକା ନମିତା ଜେନା ଓ ନଳିନୀ ସାହୁ, ଶାନ୍ତିଲତା ଜେନା, କ୍ଷେତ୍ରବାସୀ ଜେନା, ମାଳତି ସାହୁ, ବବିତା ବେହେରା ଓ ଲକ୍ଷ୍ମୀ…
Read Moreଓଡ଼ଗାଁ ପୋଲିସ ଦ୍ୱାରା ଦୁଇ ନାବାଳିକାଉଦ୍ଧାର
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଥାନା ଅନ୍ତର୍ଗତ ଗିରିଡ଼ିପଲ୍ଲୀ ଗ୍ରାମର ଦୁଇ ଜଣ ନାବାଳିକାଙ୍କୁ ଓଡ଼ଗାଁ ପୁଲିସ ବ୍ରହ୍ମପୁର ରେଳଷ୍ଟେସନରୁ ଉଦ୍ଧାର କରିଛି । ନାବାଳିକା ଦୁଇ ଜଣ ଦୁଇ ଭଉଣୀ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୮ତାରିଖରୁ ସେମାନେ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ନାବାଳିକାଙ୍କ ମାଆ ବୁଧବାର ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । କୋୖଣସି ସୂତ୍ରରୁ ଖବର ପାଇ ଓଡ଼ଗାଁ ପୁଲିସ ଆଜି ଉଭୟଙ୍କୁ ବ୍ରହ୍ମପୁର ରେଳଷ୍ଟେସନରୁ ଉଦ୍ଧାର କରିଥିବାନେଇ ଆରକ୍ଷୀ ଅଧିକ୍ଷକ ଟୁଇଟ କରି ସୂଚନା ଦେଇଛନ୍ତି ।
Read Moreଓଡ଼ଗାଁ ଶିକ୍ଷା ଅଧିକାରିଣୀଙ୍କୁ ଘରୋଇ ବିଦ୍ୟାଳୟ ସଂଘର ଦାବିପତ୍ର ପ୍ରଦାନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ବ୍ଲକର ସମସ୍ତ ଘରୋଇ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକାରୀ ସଭାପତି ଅବିନାଶ ସାହୁଙ୍କ ଆବାହକତ୍ୱରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋଭିଡ ପାଇଁ ସମସ୍ତ ବେସରକାରୀ ବିଦ୍ୟାଳୟର ଅବସ୍ଥା ଭଲ ନଥିବାବେଳେ ଏଥିରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ପ୍ରାୟ ଦେଢ଼ ବର୍ଷ ହେଲା କୌଣସି ଆର୍ଥିକ ସହଯୋଗ ପାଉନଥିବାବେଳେ ସେମାନଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଥିବା ଜଣାପଡ଼ିଛି। ସେମାନଙ୍କୁ ସରକାର ସାହାଯ୍ୟ ସହଯୋଗ କରିବା ପାଇଁ ଦାବିପତ୍ରରେ ଦ୍ୱାରା ଜଣାଇ ଦିଆଯାଇଛି। ଏହି ସମୟରେ ବିନା ଟି.ସିରେ ବ୍ଲକର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖା ଚାଲିଛି ତେଣୁ ଏଭଳି ପରିସ୍ଥିତିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଟି.ସି ନେଇ ନାମ ଲେଖାଇବା…
Read Moreଗଛ ଲଗାଅ, ଜୀବନ ବଞ୍ଚାଅ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଲୋକ ମାନଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ଆଗ୍ରହ ଜନ୍ମାଇବା ସହିତ ହାତ ପାଆ ନ୍ତାରେ ବିଭିନ୍ନ ଫଳ, ଫୁଲ, ଔଷଧ ତଥା ଉପାଦେୟ ଗଛ ପହଞ୍ଚାଇବା କାମ ବିଗତ କିଛି ବର୍ଷ ହେଲା ଅରୋମିରା ଟ୍ରଷ୍ଟ ଓ ପରିବେଶ ସାଥି ଅନୁଷ୍ଠାନ, କୁରାଳ ଦ୍ଵାରା କରାଯାଉଅଛି। ଚଳିତ ବର୍ଷ ମଧ୍ୟ ଶ୍ରୀ ଅରବିନ୍ଦଙ୍କ ଏକ ଶହ ପଚାଶ ତମ ଜନ୍ମ ବାର୍ଷିକ ତଥା ପ୍ରଫେସର୍ ରାଧାମୋହନଙ୍କ ସ୍ମୃତି ଉପଲକ୍ଷେ ବନ ବିଭାଗର ସହଯୋଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଚାରା ବଣ୍ଟନ କାର୍ଯ୍ୟ କୋଭିଡ ନିୟମ ଅନୁଯାୟୀ ଆରମ୍ଭ କରାଯାଇ ଅଛି। ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପରିବେଶ ସାଥିର ଆବାହକ ସୁକାନ୍ତ ଭାଇ ସାଥି ସୀମାଞ୍ଚଳ ସାହୁ, ମାତୃଭୂମି କୁରାଳର କୋଷାଧ୍ୟକ୍ଷ ରାଜ କିଶୋର ନାୟକ ଓ ୱାର୍ଡ଼…
Read Moreଘୋଷଯାତ୍ରାରେ ସବୁଜ ବାହିନୀ ଦ୍ୱାରା ବୃକ୍ଷରୋପଣ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ପବିତ୍ର ଘୋଷଯାତ୍ରା ଅବସରରେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ପରିସରରେ ଏବଂ ବିଦ୍ୟାଳୟ ଖେଳ ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ବନରକ୍ଷୀ ସନ୍ତୋଷ କୁମାର ପରିଡ଼ା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଉତ୍କଳମଣି ସେବାସଂଘର ସମ୍ପାଦକ ବସନ୍ତ କୁମାର ଆଲଟିଆଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଉପସ୍ଥିତ ଥିଲେ। ପ୍ରଥମେ ବୃକ୍ଷକୁ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ପୂଜା କରାଯାଇଥିଲା। ପରେ ବଉଳ, ପଣସ, ପେସ୍ତାବାଦାମ, କୃଷ୍ଣଚୁଡା, ଶିଶୁ, ଲେମ୍ବୁ ଆଦି ବୃକ୍ଷଗୁଡିକୁ ରୋପଣ କରାଯାଇଥିଲା।ବିଦ୍ୟାଳୟ ତରଫରୁ ଏଭଳି…
Read Moreପବିତ୍ର ଶ୍ରୀଗୁଣ୍ଡିଚାରେ ନୟାଗଡ଼ ଦର୍ପଣର ୱେବ ପୋର୍ଟାଲର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ ନୟାଗଡ଼ ଦର୍ପଣ ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ…
Read Moreଓଡ଼ଗାଁର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ବେଳେ ବୁଗୁଡ଼ାରୁ ମନ୍ତ୍ରୀ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିବା ଜଣାଯାଇଛି । ଓଡ଼ଗାଁରେ ନିର୍ମାଣ ହୋଇଥିବା ରାମସାଗର ପାର୍କ ବୁଲି ଦେଖିବା ସହ ଏହାର ବିକାଶ ଉପରେ ଆଲୋଚନା କରିଛନ୍ତି । ସେହିଭଳି ଭାବେ ରଘୁନାଥ ମନ୍ଦିର ବିକାଶ ନିମନ୍ତେ ମନ୍ତ୍ରୀ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ତହସିଲଦାର ବିଜୟୀତା ସାମନ୍ତସିଂହାର, ବିଡିଓ ସ୍ୱାତୀଲେଖା ଦାଶ, ଏନ୍ଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ…
Read More