କୁରାଳ ଏବଂ ସାକେରିରେ ସ୍ୱୟଂ ସହାୟକ ଗୋଷ୍ଠୀର ସ୍ଥାୟୀ ଗୃହର ଶିଳାନ୍ୟାସ

ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଏବଂ ସାକେରି ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସ୍ଥାୟୀ ଗୃହ ନିମନ୍ତେ ଶିଳାନ୍ୟାସ କରାଯାଇଛି । ଆଜିର କାର୍ୟ୍ୟକ୍ରମରେ ନୟାଗଡ଼ ଜିଲ୍ଲା ମହିଳା ଜନତା ଦଳ ସଭାପତି ବିରଜାଲକ୍ଷ୍ମୀ ସାହୁ ଯୋଗ ଦେଇ ନୂତନ ଗୃହ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସରକାରଙ୍କର ଜନହିତକର ଏବଂ ଲୋକାଭିମୁଖୀ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ କିପରି ସମସ୍ତ ସୁବିଧା ସୁଯୋଗ ମହିଳାମାନେ ପାଇପାରିବେ ସେ ନେଇ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ମିଶନଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ରାଜ୍ୟସରକାର ସଦାସର୍ବଦା ଚେଷ୍ଟିତ ବୋଲି କହିଥିଲେ । ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ହେବାପରେ ମହିଳାମାନଙ୍କ ମଧ୍ୟରେ ଏହା ନୂତନ ଉତ୍ସାହ ଆଣିଦେଇଛି। ଆଜିର କାର୍ୟ୍ୟକ୍ରମରେ ବ୍ଲକ ସଭାନେତ୍ରୀ ନିବେଦିତା ଦାସ, ବ୍ଲକ ଅଧ୍ୟକ୍ଷା ମମତା ବେହେରା, କୁରାଳ ସରପଞ୍ଚ ଝିଲି ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ଲୋକନାଥ ସାହୁ, ସମିତିସଭ୍ୟ ହରପ୍ରସାଦ ମହାପାତ୍ର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।

Related posts