ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନିକଟରେ ଏକ ପୋଲ ତଳେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଶବକୁ ଦେଖିବା ପାଇଁ ପୋଲ ଉପରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ଏହି ଖବରପାଇ ଘଟଣାସ୍ଥଳରେ ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡା ଓ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଦଶପଲ୍ଲା ଥାନା ଅଧିକାରୀଙ୍କ କହିବା ମୁତାବକ ଶବଟିର ମୁହଁରୁ ମାଂସ ଝଡି ପଡ଼ିଥିବାରୁ ଲୋକଟିର ପରିଚୟ ଜଣା ପଡ଼ିନଥିଲା। କିନ୍ତୁ ଶବକୁ ପାଣିରୁ ଉପରକୁ ଆଣିବାପରେ ତା ପକେଟରୁ ଆଧାରକାଡ଼ ଓ ଭୋଟ ପରିଚୟ ପତ୍ର ମିଳିବାରୁ ଜଣାପଡିଛି ଯେ ସେ କନ୍ଧମାଳ ଜିଲ୍ଲାର ବାସିନ୍ଦା। ତେବେ ସେ କେଉଁ କାମରେ ଦଶପଲ୍ଲା ଆସିଥିଲେ, କେଉଁଦିନ ଆସିଥିଲେ ତାଙ୍କୁ କିଏ ହତ୍ୟା କରିଛି ତା ଉପରେ ଦଶପଲ୍ଲା ପୋଲିସ ଅନୁସନ୍ଧାନ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡା ସୂଚନା ଦେଇଛନ୍ତି ।
ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର
